ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଖଟ୍ଟର, ଉପମୁଖ୍ୟମନ୍ତ୍ରୀ ହେଲେ…

ଚଣ୍ଡିଗଡ଼: ହରିୟାଣାରେ କ୍ରମାଗତ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମନୋହର ଲାଲ୍‌ ଖଟ୍ଟର।  ଖଟ୍ଟରଙ୍କ ସହ ଜନନାୟକ ଜନତା ପାର୍ଟି JJP ନେତା ଦୁଷ୍ୟନ୍ତ ସିଂହ ଚୌଟାଲା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ରାଜ୍ୟପାଳ ସତ୍ୟଦେଓ ନାରାୟଣ ଆର୍ଯ୍ୟ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।  ରାଜଧାନୀ ଚଣ୍ଡିଗଡ଼ରେ ଶପଥଗ୍ରହଣ ଉତ୍ସବର ଆୟୋଜନ କରାଯାଇଥିଲା।

କର୍ନାଲରୁ ବିଧାୟକ ଭାବେ ନିର୍ବାଚିତ ମନୋହର ଲାଲ ଖଟ୍ଟର ଏକଦା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜଣେ ପ୍ରଚାରକ ଥିଲେ। ଖଟ୍ଟରଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଦୀପାବଳି ପରେ ଶପଥ ନେବେ। ଆଜିର ଶପଥ ଗ୍ରହଣ ସମାରୋହରେ ବରିଷ୍ଠ ବିଜେପି ନେତାଙ୍କ ସହ ଦୁଷ୍ୟନ୍ତ ଚୌଟାଲାଙ୍କ ବାପା ଅଜୟ ଚୌଟାଲା, ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡା ଏବଂ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ପ୍ରମୁଖ ଉପସ୍ଥିତ ଥିଲେ।

You might also like