କେରଳରେ ମାଗଣାରେ ମିଳିବ କରୋନା ଭ୍ୟାକସିନ୍

କେରଳ : କେରଳରେ ମାଗଣାରେ ମିଳିବ କରୋନା ଭ୍ୟାକସିନ୍ । ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ରାଜ୍ୟର ସମସ୍ତ ବ୍ୟକ୍ତିଙ୍କୁ କରୋନା ଟିକା ମାଗଣାରେ ଯୋଗାଯିବ । ଯେପରି ପୋଲିଓ ଭ୍ୟାକସିନ୍ ବଣ୍ଟନ କରାଯାଇଥିଲା ସେହିଭଳି ଅଭିଯାନ କେରଳରେ ବି ଆରମ୍ଭ ହେବ ।

ଏହାପୂର୍ବରୁ ତାମିଲନାଡ଼ୁ, ମଧ୍ୟପ୍ରଦେଶ ସରକାର ବି ମାଗଣା ଟିକା ବଣ୍ଟନ ପାଇଁ ଘୋଷଣା କରିଛନ୍ତି । ଏବେ ଦେଶରେ ଭାରତ ବାୟୋଟେକ୍,ସେରମ୍ ଭଳି ୫ଟି ସଂସ୍ଥା କରୋନା ଟିକାର ତୃତୀୟ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲ୍ କରୁଛନ୍ତି । ସେହିପରି ଆମେରିକୀୟ କମ୍ପାନି ଫାଇଜର୍ ଓ ଋ଼ଷ ଟିକା ସ୍ପୁଟିନିକ୍-ଭି କି ଭାରତରେ ବ୍ୟବହାର ପାଇଁ ଆବେଦନ କରିଛନ୍ତି ।

You might also like