ଘରକୁ ଫେରିବା ପାଇଁ ଆନ୍ଦୋଳନରତ ପ୍ରବାସୀ ଶ୍ରମିକଙ୍କୁ ପୁଲିସ୍‌ର ଲାଠି ମାଡ଼

ଏର୍ଣ୍ଣାକୁଲମ୍: କେରଳର ଏର୍ଣ୍ଣାକୁଲମ ଜିଲ୍ଲା କୁତାତୁକୁଲମ ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କ ଲାଠିମାଡ଼ କରିଛି ପୋଲିସ। ଘରକୁ ଫେରିବା ଲାଗି ଆନ୍ଦୋଳନ କରୁଥିବାବେଳେ ପୋଲିସ ସେମାନଙ୍କ ଉପରେ ଲାଠି ଚାର୍ଜ କରିଛି।

ଲକଡାଉନ ପାଇଁ ଫସି ରହିଥିବା ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରିବା ଲାଗି ଦାବି କରି ଆସୁଥିଲେ। କେରଳ ସରକାର ସେମାନଙ୍କୁ ନିଜ ରାଜ୍ୟକୁ ପଠାଇବାର ବ୍ୟବସ୍ଥା କରନ୍ତୁ ବୋଲି ଦାବି କରି ଆଜି ଶହ ଶହ ଶ୍ରମିକ ଆନ୍ଦୋଳନ କରୁଥିଲେ।

ତେବେ ଲକଡାଉନ ନିୟମ ଉଲ୍ଲଂଘନ କରି ସାମାଜିକ ଦୂରତା ନିୟମ ଭଙ୍ଗ କରିଥିବାରୁ ପୋଲିସ ସେମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲା। ତେବେ ପରିସ୍ଥିତି ଅଣାୟତ ହେବାରୁ ଲାଠିଚାର୍ଜ କରିଥିଲା ପୁଲିସ୍।

You might also like