କେରଳ ନନ୍‌ ଦୁଷ୍କର୍ମ ଅଭିଯୋଗ

ଜଳନ୍ଧର ବିଶପଙ୍କୁ ଜେରା କରିବ କେରଳ ପୁଲିସ

କୋଚି : କେରଳ ନନ୍ ଦୁଷ୍କର୍ମ ଅଭିଯୋଗରେ ଜଳନ୍ଧରର ବିଶପ୍ ଫ୍ରାନକୋ ମୁଲ୍ଲାକଲଙ୍କୁ ଅାଜି ପଚରାଉଚରା କରିବ କେରଳ ପୁଲିସ।  ଘଟଣା ସମ୍ପର୍କରେ ଜେରା କରିବ କ୍ରାଇମବ୍ରାଞ୍ଚର ୫ଜଣିଅା ଟିମ୍ । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ପଟୋ ଉଠାଇବା ପାଇଁ ବାରଣ କରାଯାଇଛି।

ଦୁଷ୍କର୍ମ ଘଟଣାରେ ବିଶପ୍ ଫ୍ରାନକୋ ମୁଲ୍ଲାକଲ ଅଭିଯୋଗକାରିଣୀଙ୍କ ଉପରେ ଚାପ ପକାଉଥିବା ଅଭିଯୋଗ ହେବା ପରେ ହାଜର ହେବା ପାଇଁ କେରଳ ପୁଲିସ ପକ୍ଷରୁ ସମନ ଜାରି ହୋଇଥିଲା। ସେପଟେ ଗତକାଲି ବିଶପ୍ ଫ୍ରାନକୋଙ୍କ ଅାଗୁଅା ଜାମିନ ଅାବେଦନ ଉପରେ ଶୁଣାଣିକୁ କେରଳ ହାଇକୋର୍ଟ ଘୁଞ୍ଚାଇ ଦେଇଛନ୍ତି। ଅାସନ୍ତା ୨୫ରେ ଏ ସମ୍ପର୍କିତ ଅାବେଦନର ଶୁଣାଣି ହେବ।

You might also like