ଆଦିବାସୀଙ୍କ ପାଇଁ କାନ୍ଧରେ ଖାଦ୍ୟ ସାମଗ୍ରୀ ବୋହି ୩କିମି ଚାଲିଲେ ଜିଲ୍ଲାପାଳ ଓ ବିଧାୟକ

କେରଳ: ସାରା ଦେଶରେ ଲକ୍‌ଡାଉନ୍‌ ହୋଇଥିବା ଯୋଗୁଁ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି।  କେରଳର ଏକ ଆଦିବାସୀ ଗାଁରେ ଅନେକ ଦିନ ଲୋକେ ଭୋକ ଉପାସରେ ରହିଥିବାବେଳେ ଏମାନଙ୍କ ପାଇଁ ଆଶାର କିରଣ ହୋଇଛନ୍ତି ବିଧାୟକ ଓ ଜିଲ୍ଲାପାଳ।

କେରଳର ପଥନମଥିତାର ପାହାଡ଼ ଜଙ୍ଗଲ ଘେରା ଗାଁରେ ରହିଛନ୍ତି ଅନେକ ଆଦିବାସୀ। ତେବେ ସହର ଠାରୁ କାହିଁ କେତେ ଦୂରରେ ରହିଛି ଏହି ଗାଁ। ତେବେ ଏହି ଗାଁର ୩୭ଟି ପରିବାର ଲକଡାଉନ ଯୋଗୁଁ ବନ୍ଦୀ ହୋଇ ରହିଥିଲେ।

ଛଅ ଦିନ ହେଲା ପଦାକୁ ଆସି ପାରିନଥିବାରୁ ଦିନ ମଜୁରିଆଙ୍କ ପରିବାର ଭୋକ ଉପାସ ରହିଥିଲେ। ଏନେଇ ଖବର ପାଇବା ପରେ ଜିଲ୍ଲାପାଳ ପି. ବି. ନୁହ ଓ ଶାସକ ସିପିଆଇ ବିଧାୟକ କେ. ୟୁ. ଜିନେଶ କୁମାର ଖାଦ୍ୟ ପହଞ୍ଚାଇବା ଲାଗି ପଦକ୍ଷେପ ନେଇଥିଲେ।

ଜିଲ୍ଲାପାଳ ଓ ବିଧାୟକ ଅଖା ବସ୍ତାରେ ଖାଦ୍ୟ ସାମଗ୍ରୀ ଓ ସଉଦାପତ୍ର ପୁରାଇ କାନ୍ଧରେ ବୋହି ବୋହି ନେଇଥିଲେ ପାହାଡ଼ ଜଙ୍ଗଲ ଭିତରେ ଖାଲଖମା ରାସ୍ତାରେ ବସ୍ତାକୁ କାନ୍ଧେଇ ଗାଁରେ ପହଞ୍ଚିଥିଲେ। ଦୁହେଁ ଗାଁରେ ପହଞ୍ଚିବାକୁ ଦୁହିଁଙ୍କୁ ଦେଢ଼ ଘଣ୍ଟା ଲାଗିଥିଲା।

You might also like