କରୋନା ପାଇଁ ନୂଆ ଗାଇଡଲାଇନ୍: ପୂରା ବର୍ଷେ ପାଇଁ କଟକଣା ଜାରି

ବେଙ୍ଗାଲୁରୁ: କରୋନା ସଂକ୍ରମଣ ରୋକିବାକୁ ନୂଆ ଗାଇଡଲାଇନ୍ ଆଣିଲେ କେରଳ ସରକାର। ଏପିଡେମିକ୍ ଡିଜିଜ୍ ଆକ୍ଟରେ ସଂଶୋଧନ ଆଣି ପୂରା ବର୍ଷେ ପାଇଁ କଟକଣା ଜାରି କଲା କେରଳ। ଗାଇଡଲାଇନ୍ ଭାଙ୍ଗିଲେ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ବି ଦେବାକୁ ପଡ଼ିବ।

କେରଳ ସରକାର ଜାରି କରିଥିବା ନୂଆ ଗାଇଡଲାଇନ୍‌ରେ ସର୍ବସାଧାରଣ ସ୍ଥାନରେ ୬ ଫୁଟ ଦୂରତା ରଖିବା ବାଧ୍ୟତାମୂଳକ କରାଯାଇଛି। ତା ସହିତ ଦୋକାନ ଓ ବ୍ୟବସାୟ ସ୍ଥଳରେ ୨୫ରୁ ଅଧିକ ଲୋକ ଏକାଠି ହେବା ମନା ହୋଇଥିବା ବେଳେ ବାହାଘର ପାଇଁ ୫୦ ଜଣ ଲୋକ ଏକତ୍ରିତ ହେବାକୁ ଅନୁମତି ମିଳିଛି। ସେହିଭଳି ଶେଷକୃତ୍ୟ ପାଇଁ ୨୦ ଜଣ ଲୋକ ଏକାଠି ହୋଇପାରିବେ ବୋଲି ଅନୁମତି ଦେଇଛନ୍ତି କେରଳ ସରକର।

କେବଳ ସେତିକି ନୁହେଁ, ସର୍ବସାଧାରଣ ସ୍ଥାନ, କାର୍ଯ୍ୟସ୍ଥଳୀ, ଗାଡ଼ି ମୋଟରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ମଧ୍ୟ ଦଣ୍ଡନୀୟ ଅପରାଧ ବୋଲି ଅବିହିତ କରାଯିବ ବୋଲି ସରକାରଙ୍କ ଗାଇଡ୍‌ ଲାଇନ୍‌ରେ ଉଲ୍ଲେଖ ରହିଛି। ଏଥିସହିତ ଧର୍ମଘଟ, ଧାରଣା, ଶୋଭାଯାତ୍ରା, ପ୍ରତିବାଦ ପାଇଁ ପୂର୍ବରୁ ସରକାରଙ୍କ ଠାରୁ ଅନୁମତି ମାଗିବାକୁ ପଡ଼ିବ। ଆଉ ଯଦି ବି ଅନୁମତି ମିଳେ, ତେବେ କେବଳ ୧୦ ଜଣଙ୍କୁ ଏକାଠି ହେବାକୁ ଅନୁମତି ମିଳିବ ବୋଲି ଗାଇଡଲାଇନ୍‌ରେ କୁହାଯାଇଛି।

ଆହୁରି ପଢ଼ନ୍ତୁ

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ସୁଶାନ୍ତ ସିଂ ମୃତ୍ୟୁ ମାମଲା; ’ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡ଼ି ତଦନ୍ତ ଡ୍ରଗ୍ସ ଆଡ଼କୁ ମୁହାଁଉଛି କାହିଁକି ?’

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

You might also like