ଥିରୁଅନନ୍ତପୁରମ: ନିର୍ବାଚନ ପାଇଁ ଦଳ ଟିକେଟ ନଦେବାରୁ ଲଣ୍ଡା ହେଲେ କେରଳ ମହିଳା କଂଗ୍ରେସ ମୁଖ୍ୟ । କେରଳରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଗତକାଲି ୮୬ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା । ପ୍ରାର୍ଥୀଙ୍କ ତାଲିକାରେ ନିଜ ନାଁ ନଥିବାରୁ ଇସ୍ତଫା ଦେବା ସହ ଲଣ୍ଡା ହୋଇଛନ୍ତି କେରଳ ମହିଳା କଂଗ୍ରେସ ମୁଖ୍ୟ ଲତିକା ସୁବାଷ।

ଦୀର୍ଘ ବର୍ଷ ଧରି ପାର୍ଟିରେ ରହି ସେବା କରି ଆସୁୁଥିବା ମହିଳାଙ୍କୁ ଦଳ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ଲତିକା। ତେବେ ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଛନ୍ତି । ଲତିକା ଇଟୁମାନୁର ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିଲେ । କିନ୍ତୁ ଦଳ ତାଙ୍କୁ ନିର୍ବାଚନ ଲଢିବା ପାଇଁ ଟିକେଟ ଦେଲାନାହିଁ ।  ଏହାର ପ୍ରତିବାଦରେ ଇସ୍ତଫା ଦେବା ସହ ସେ ଲଣ୍ଡା ହୋଇଥିଲେ ।

ଲତିକା ଅଭିଯୋଗ ଆଣିଛନ୍ତି, ସେ ଦୀର୍ଘ ଦଶନ୍ଧି ଧରି ଦଳ ପାଇଁ କାମ କରି ଆସୁଛନ୍ତି। ହେଲେ ଦଳ ମହିଳାଙ୍କ ପ୍ରତି ଅଣଦେଖା କରୁଛି। ଦଳରୁ ଇସ୍ତଫା ଦେବା ପରେ ସେ ଅନ୍ୟ କୌଣସି ଦଳରେ ସାମିଲ ହେବେ ନାହିଁ ବୋଲି କହିଛନ୍ତି। କେବଳ ଲତିକା ନୁହଁନ୍ତି, ଦଳର ଅନ୍ୟତମ ବରିଷ୍ଠ ନେତା ତଥା ଏମ୍‌ପି କେ ସୁଧାକରଣ ମଧ୍ୟ ଏହା ପୂର୍ବରୁ ଦଳ ପତ୍ରି ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି, ଟିକେଟ ଦେବାବେଳେ ପ୍ରାର୍ଥୀଙ୍କ ଯୋଗ୍ୟତା ତଥା ଜିତିବା ସମ୍ଭବାନକୁ କୌଣସି ଗୁରୁତ୍ୱ ଦିଆଯାଉନି।

ସୁଧାକରଣ ଅଭିଯୋଗ କରିଛନ୍ତି, ସେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ  ଅଧ୍ୟକ୍ଷ ଅଛନ୍ତି। ତଥପା କନ୍ନୁର ଆସନ ପାଇଁ ପ୍ରାର୍ଥୀ ଚୟନ ବେଳେ ତାଙ୍କର କୌଣସି ପରାମର୍ଶ ନିଆଯାଇ ନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି। ଏଠାରେ ପ୍ରାର୍ଥୀ କେଉଁ ଗ୍ରୁପ୍‌ର ତାହାକୁ ଆଧାର କରି ଟିକେଟ ଦିଆଯାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି।

ସୂଚନାଥାଉ କି, କଂଗ୍ରେସ କରିବାର କେରଳ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ଓମାନ ଚଣ୍ଡୀ, ବିରୋଧୀ ଦଳ ନେତା ରେମଶ ଚେନ୍ତ୍ରିଥଲାଙ୍କ ନାମ ରହିଛି।  ଓମାନ ଚଣ୍ଡୀ ପୁଥୁପଲ୍ଲୀ ଆସନରୁ ପ୍ରାର୍ଥୀ ହୋଇଥିବାବେଳେ ରମେଶ ହରିପଦ ଆସନରୁ ପ୍ରାର୍ଥୀ ହୋଇଛନ୍ତି।

Other Stories