• translate
Odishatv Bureau

ଥିରୁଭନନ୍ତପୁରମ: କେରଳ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନ କରୋନା ପଜିଟିବ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ଶନିବାର କେରଳ ରାଜ୍ୟପାଳନଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ଟ୍ୱିଟ୍‌ରରେ ରାଜ୍ୟପାଳ ଲେଖିଛନ୍ତି “ ମୁଁ କରୋନା ପଜିଟିଭି ଚିହ୍ନଟ ହୋଇଛି। ଏଥିପାଇଁ ଚିନ୍ତା କରିବାର କୌଣସି କାରଣ ନାହିଁ। ତେବେ ଗତ ସପ୍ତାହରେ ଦିଲ୍ଲୀରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଥିଲେ, ସେମାନେ କରୋନା ଟେଷ୍ଟ କରାଇବା ସହିତ ଅନ୍ୟମାନଙ୍କ ସୁରକ୍ଷା ପାଇଁ ସତର୍କରେ ରହିବାକୁ ଅନୁରୋଧ କରୁଛି।”

ଅନ୍ୟପଟେ କିଛି ଦିନ ହେବ ଦେଶର କରୋନା ସଂଖ୍ୟା କମୁଥିବା ବେଳେ ପୁଣି ସଂକ୍ରମଣ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗୁଛି। ଶନିବାର ପ୍ରକାଶିତ ତଥ୍ୟ ଅନୁସାରେ ଦିନକରେ ଦେଶରେ ୫୦, ୩୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୪,୬୨,୦୮୧ ଲକ୍ଷ ରହିଛି। ସେହିପରି ଦନକରେ ୪,୧୪୧ ସୁସ୍ଥ ହେବା ପରେ ଦେଶରେ ଅକ୍ଟିଭ ସଂଖ୍ୟା କମି ବର୍ତ୍ତମାନ ସଂଖ୍ୟା ରହିଛି ୫, ୧୬,୬୩୨। ଏପର୍ଯ୍ୟନ୍ତ ଦେଶରେ ୭୮,୧୯,୮୮୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଶୁକ୍ରବାର କେବଳ ୫୩,୯୨୦ ଆକ୍ରାନ୍ତ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଛନ୍ତି।

ନଭେମ୍ବର ୨ ତାରିଖରେ ମଧ୍ୟ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଓ ତାଙ୍କ ପତ୍ନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏନେଇ ରାଜ୍ୟପାଳଙ୍କ ଅଫିସିଆଲ୍‌ ଟ୍ୱିଟର ଆକାଉଣ୍ଟ ତରଫରୁ ଟ୍ୱିଟ କରି ସୂଚନା ଦିଆଯାଇଥିଲା।

ଜାଣନ୍ତୁ ପୂରା ଖବର-

Other Stories