ମାସରେ ୬ ଦିନ କଟିବ ସରକାରୀ କର୍ମଚାରୀଙ୍କ ଦରମା

କେରଳ: କରୋନା ଭାଇରସ ମହାମାରୀ ବିରୋଧରେ ସାରା ଦେଶ ଲଢ଼େଇ କରୁଥିବାବେଳେ ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି କେତେକ ଘରୋଇ କମ୍ପାନୀ ଦରମା କାଟ କରିବା କଥା ଶୁଣାଯାଉଛି। ହେଲେ ସରକାରୀ କର୍ମଚାରୀଙ୍କ ଦରମା ମଧ୍ୟ କଟିବ। କେରଳ ସରକାର ଏମିତି ଘୋଷଣା କରିଛନ୍ତି।

କେରଳ ସରକାରୀ କର୍ମଚାରୀଙ୍କ ଦରମାରୁ ପ୍ରତ୍ୟେକ ମାସର ଛଅଦିନର ଦରମା କଟାଯିବ। ଏପରି ଆସନ୍ତା ପାଞ୍ଚମାସ ପର୍ଯ୍ୟନ୍ତ କରାଯିବ। ତେବେ ଯେଉଁ କର୍ମଚାରୀଙ୍କ ଦରମା ୨୦,୦୦୦ରୁ କମ୍‌ ହେଇଥିବ ସେମାନଙ୍କର ଦରମା କଟା ଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।  ଆସାମ ଅର୍ଥମନ୍ତ୍ରୀଙ୍କ କହିବା ଅନୁଯାୟୀ,  ଯଦି ବାହାରୁ କୌଣସି ସାହାଯ୍ୟ ନମିଳିବ ତେବେ ଆମେ ମେ’ ମାସର ଦରମା ମଧ୍ୟ ଦେଇ ପାରିବୁ ନାହିଁ।

ଏଥିରେ ଦର୍ଶାଯାଇଛି ଯେ ମନ୍ତ୍ରୀ, ବିଧାୟକ, ବିଭିନ୍ନ ବୋର୍ଡର ସଦସ୍ୟ, ସ୍ଥାନୀୟ ୟୁନିଟ୍ ସଂସ୍ଥାର ସଦସ୍ୟ, ବିଭିନ୍ନ ଆୟୋଗର ସଦସ୍ୟମାନେ ଗୋଟିଏ ବର୍ଷ ପାଇଁ ୩୦ ପ୍ରତିଶତ କମ୍ ବେତନ ପାଇବେ। କିନ୍ତୁ ଯେଉଁମାନେ ପ୍ରଧାନମନ୍ତ୍ରୀ ରିଲିଫ୍‌ ଫାଣ୍ଡିକୁ ନିଜର ଏକ ମାସର ଦରମା ପ୍ରଦାନ କରିଛନ୍ତି, ସେମାନଙ୍କ ପାଇଁ ଲାଗୁହେବ ନାହିଁ।

ଆସନ୍ତା ପାଞ୍ଚମାସ ପାଇଁ ପ୍ରତି ମାସର ଛଅ ଦିନର ଦରମା କଟାଯିବ। ଏହା ରାଜ୍ୟର ଅଧୀନରେ ଥିବା ସମସ୍ତ ପ୍ରତିଷ୍ଠାନ, ସାର୍ବଜନୀନ କ୍ଷେତ୍ର, ଅର୍ଦ୍ଧ-ସରକାରୀ ସଂଗଠନ, ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଏହି ନିୟମ ପ୍ରଯୁଜ୍ୟ ହେବ। ଆହୁରି ମଧ୍ୟ କୁହାଯାଇଛି ଯେ କେରଳର ଆର୍ଥିକ ସ୍ଥିତି ମଧ୍ୟ ଭଲ ନାହିଁ। ଏହି କରୋନା ମହାମାରୀ ସ୍ଥିତିକୁ ଆହୁରି ଗମ୍ଭୀର କରିଦେଇଛି।

କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ ପୂର୍ବରୁ କହିଥିଲେ ଯେ, ସରକାରୀ କର୍ମଚାରୀ ଏବଂ ସହଯୋଗୀ ସଂଗଠନର କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ମାସର ଦରମା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ବିଜୟନ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ରାଜ୍ୟର ଆର୍ଥିକ ସ୍ଥିତି ସୁଧୁରିବ, ସେତେବେଳେ କଟାଯାଇଥିବା ରାଶିକୁ ଫେରସ୍ତ କରାଯିବାକୁ ବିଚାର ମଧ୍ୟ କରାଯିବ। ତେବେ ସରକାରୀ ଆଦେଶରେ ଏହା ଉଲ୍ଲେଖ କରାଯାଇ ନାହିଁ।

 

You might also like