ରାହୁଲଙ୍କୁ ନେଇ ପୂର୍ବତନ ସାଂସଦଙ୍କ ବିବାଦୀୟ ବୟାନ: କହିଲେ, ଅବିବାହିତ ସଙ୍କଟରେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କେରଳ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ଏବେ ସରଗରମ । ସବୁଦଳ ପ୍ରଚାର ପାଇଁଳ କମର କଷିଛନ୍ତି। ନିଜର ବିଜୟ ପାଇଁ ପ୍ରାର୍ଥୀ, ଦଳ ପ୍ରଚାର ବେଳେ ଯେ କୌଣସି ପ୍ରକାର ମନ୍ତବ୍ୟ ଦେଇଥାନ୍ତି । ଏପରିକି ଅପମାନଜନକ ମନ୍ତବ୍ୟ ଦେବାକୁ ବି ପଛାଇ ନଥାନ୍ତି।  କରେଳର ବିଭିନ୍ନ ସ୍ଥାନରେ ପ୍ରଚାର ଚାଲିଥିବାବେଳେ ବିଭିନ୍ନ ରାଜନେତାଙ୍କର ଏମିତି କିଛି ମନ୍ତବ୍ୟ ସାମ୍ନାକୁ ଆସିଛି। ଇକ୍କଡିର ପୂର୍ବ ସାଂସଦ ଜାୟସ ଜାର୍ଜ ବାୟନାଡର ସାଂସଦ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ଅପମାନଜନକ ଟିପ୍ପଣୀ ଦେଇ ଚର୍ଚ୍ଚାକୁ ଆସିଛନ୍ତି।

ଉଡ୍ଡବାଚୋଲରେ ସୋମବାର ଏଲଡିଏଫ ପ୍ରାର୍ଥୀ ମନ୍ତ୍ରୀ ଏମଏମ ମଣିଙ୍କ ପାଇଁ ପ୍ରଚାରରେ ଯାଇଥିବାବେଳେ ଜର୍ଜ କହିଥିଲେ, ‘ମହିଳାମାନେ ରାହୁଲ ଗାନ୍ଧିଙ୍କ ପ୍ରତି ସାବଧାନ ରହିବା ଉଚିତ୍‌।’ ସେ କହିଥିଲେ,‘ରାହୁଲ କେବଳ ମହିଳାମାନଙ୍କ ପାଖକୁ  ଯିବେ ଏବଂ କଲେଜ ପରିଦର୍ଶନ କରିବେ। ସେ ଝିଅମାନଙ୍କୁ ନିଜ ମାଂସପେଶୀ ସଜାଡିବା ଶିଖାଇବେ। କଂଗ୍ରେସ ନେତା ଅବିବାହିତ ସଙ୍କଟ ମଧ୍ୟରେ ଅଛନ୍ତି।’

News18 ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଜର୍ଜ କହିଥିଲେ, ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମ ହେଉଛି, ସେ କେବଳ ମହିଳା କଲେଜକୁ ଯିବେ। ସେ ସେଠାକୁ ଯିବେ ଏବଂ ମହିଳାମାନଙ୍କୁ ମୁଣ୍ଡ ନୁଆଁଇବା ଶିଖାଇବେ।
ଜର୍ଜଙ୍କର ଏହି ମନ୍ତବ୍ୟପରେ ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ। କେରଳ ବିରୋଧୀ ଦଳ ନେତା ରମେଶ ଚେନ୍ନିଥଲା କହିଛନ୍ତି ଏପରି ଟିପ୍ପଣୀ ରାହୁଲ ଏବଂ ମହିଳାଙ୍କ ବିରୋଧୀ। ଏହା ବିରୋଧରେ ମାମଲା ଦାଏର କରାଯିବ। ସେ ମହିଳା ଏବଂ ରାହୁଲ ଗାନ୍ଧିଙ୍କୁ ଅପମାନିତ କରିଛନ୍ତି।

କୋଚ୍ଚି ସେଣ୍ଟ ଟେରେସା କଲେଜର ଜଣେ ଛାତ୍ରଙ୍କ ଅନୁରୋଧ କ୍ରମେ ରାହୁଲ ଗାନ୍ଧି ଗତ ସୋମବାର ଏହି କଲେଜକୁ ଆସିଥିଲେ। ଜାପାନ ମାର୍ଶାଲ ଆର୍ଟ ଆଇକିଡୋ ତାଲିମ ନେଇଥିବା ରାହୁଲ ସେଠାରେ ଛାତ୍ରଛାତ୍ରୀଙ୍କୁ ଆଇକିଡୋ ଶିଖାଇଥିଲେ। କଲଜରେ ରାହୁଲ ଦେଖାଇଥିଲେ, ଜଣେ ମହିଳା କିପରି ମାଟି ଉପରେ ନିଜ ସ୍ଥିତି ମଜବୁତ କରିବା ଲାଗି ନିଜ ଶକ୍ତିର ଉପଯୋଗ କରି ଅନ୍ୟ ଲୋକଙ୍କୁ ତଳେ ପକାଇପାରେ। ଏହି ଘଟଣାର ଏକ ସପ୍ତାହ ପରେ  ପୂର୍ବ ସାଂସଦଙ୍କର ଏହି ଟପ୍ପଣୀ ସାମ୍ନାକୁ ଆସିଥିଲା।

ନିର୍ବାଚନ ପ୍ରଚାର ବେଳେ କଂଗ୍ରେସ ନେତା ତାମିଲନାଡୁରେ ଛାତ୍ରଙ୍କ ସହ ଆଉ ଏକ ଆଲୋଚନାବେଳେ ପୁଶ୍‌-ଅପ୍‌ ଚାଲେଞ୍ଜ ଦେଇଥିଲେ। କେରଳ ନିର୍ବାଚନ ପରୀପ୍ରେକ୍ଷୀରେ ରାହୁଲ ଗାନ୍ଧି ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଉଛନ୍ତି। ବିଭିନ୍ନ ରାଲିରେ ଭାଗ ନେଉଛନ୍ତି। ଲୋକଙ୍କ ସହ କଥାବାର୍ତ୍ତା ମଧ୍ୟ କରୁଛନ୍ତି।

You might also like