ପୁଣି ବର୍ବରତା ! କୁକୁର ମୁହଁରେ ୭ ଦିନ ଧରି ବନ୍ଧା ହୋଇଥିଲା ପଟି, ଆଉ ତା’ ପରେ..

ଥିରୁଅନନ୍ତପୁରମ୍‌:  କେରଳରେ ପୁଣି ଅମାନବୀୟ ଘଟଣା ! ଗର୍ଭଣୀ ହାତୀକୁ ବାଣଭର୍ତ୍ତି ସପୁରୀ ଖୁଆଇ ମାରିଥିବା ଘଟଣାକୁ ନେଇ ଚର୍ଚ୍ଚା ଥମିନି, ପୁଣି ନିରୀହ ଜୀବଙ୍କ ପ୍ରତି ମଣିଷର ବର୍ବର ଆଚରଣ ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି, ଗୋଟିଏ କୁକୁର ମୁହଁକୁ ଖୁବ୍‌ ଟାଇଟ୍ କରି ବନ୍ଧା ଯାଇଛି ଯେ  ମୁହଁରେ ଘା’ ହୋଇଯାଇଛି। ପ୍ରାୟ ୭ ଦିନ ଧରି ମୁହଁର ପଟକୁ ନେଇ କୁକୁରଟି ଯନ୍ତ୍ରଣାରେ ଛଟପଟ ହେଉଥିଲେ ହେଁ ତାକୁ ଉଦ୍ଧାର କରାଯାଇ ନାହିଁ। ଘଟଣା ଘଟିଛି କେରଳର ଥ୍ରିସୁର ଅଞ୍ଚଳରେ।

କିଛି ସ୍ୱେଚ୍ଛାସେବୀ ଦେଖିବା ପରେ କୁକୁରକୁ ଉଦ୍ଧାର କରିବା ସହ ମୁହଁରୁ ପଟିକୁ ଖୋଲିଥିଲେ। ତେବେ ପଟି ବନ୍ଧା ଯାଇଥିବା ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଥାଉ କି, କିଛି ଦିନ ତଳେ କେରଳରେ ଏକ ଗର୍ଭବତୀ ହାତୀକୁ ବାଣଭର୍ତ୍ତି ସପୁରୀ ଖାଇବାକୁ ଦିଆଯାଇଥିଲା ଯାହାଫଳରେ ତାହାର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ସାରା ଦେଶରେ ପ୍ରତିକିୟା ପ୍ରକାଶ ପାଇଥିଲା। ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ କରି ୩ ଜଣଙ୍କୁ ଗିରଫ କରିଛି।

ଏ ସମ୍ପର୍କରେ ମାନେକା ଗାନ୍ଧି ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି, କେରଳରେ ପ୍ରତିବର୍ଷ ପ୍ରାୟ ୬୦୦ ହାତୀଙ୍କର ମୃତ୍ୟୁ ଘଟୁଛି। ସବୁଠାରୁ ଦୁଃଖର କଥା ଏହି ହାତୀ କେରଳର ନୁହେଁ, ବରଂ ଆସାମ, ବିହାର ଓ ଓଡ଼ିଶାରୁ ଆସିଥିବା ହାତୀ।

You might also like