ଦିଲ୍ଲୀବାସୀଙ୍କୁ ମାଗଣାରେ ଖାଇବାକୁ ଦେବେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ ଲକ୍ ଡାଉନ୍ ସମୟରେ କେହି ବି ଭୋକିଲା ରହିବେନ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ବ୍ୟବସ୍ଥା। ଏକ ସମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

‌ଏକଡାଉନ୍‌ ପାଇଁ ଦିଲ୍ଲୀରେ ଏବେ ଦୋକାନ, ବଜାର ଓ ରୋସ୍ତୋରାଁ ବନ୍ଦ ରହିଛି । ତେଣୁ ଏହି ସମୟରେ ଯେଭଳି ସମସ୍ତଙ୍କୁ ଖାଦ୍ୟ ମିଳିବ ସେଥିପାଇଁ ‘ରେନ୍‌ ବସେରା’ ବ୍ୟବସ୍ଥାରେ ମାଗଣାରେ ଖାଇବାକୁ ଦିଆଯାଉଛିା ଏବେ କିଛି ଅଞ୍ଚଳରେ ଏହି ବ୍ୟବସ୍ଥା କରାଯାଇଥିବା ବେଳେ ପୁରା ଦିଲ୍ଲୀରେ ଏହାକୁ ଲାଗୁ କରାଯିବ ବୋଲି କେଜ୍ରିୱାଲ କହିଛନ୍ତି।

ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ଖୋଲାଯିବ। ଅଫିସ୍ ଯାଉଥିବା କର୍ମଚାରୀଙ୍କ ପାଇଁ ପାସ୍ ବ୍ୟବସ୍ଥା ହେବ ବୋଲି କହିଛନ୍ତି କେଜ୍ରିୱାଲ। ଏଥିସହ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏକ ହେଲ୍‌ପ ଲାଇନ୍ ନମ୍ବର ବି ଜାରି କରାଯାଇଛି।

You might also like