କରୋନାର ନୂଆ ଭାରିଏଣ୍ଟ୍ ପାଇଁ ଆଲର୍ଟ : ଦୁଇ ରାଜ୍ୟରୁ ଦିଲ୍ଲୀ ଆସିଲେ ୧୪ ଦିନିଆ କ୍ୱାରେଣ୍ଟିନ୍ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କଠେଟାର ନିଷ୍ପତ୍ତି ନେଲେ କେଜ୍ରିୱାଲ ସରକାର । ଏବେ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନରୁ ଦିଲ୍ଲୀ ଆସୁଥିବା ଲୋକଙ୍କ ପାଇଁ ୧୪ ଦିନିଆ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ସରକାରୀ ଓ ପେଡ୍ କ୍ୱାରେଣ୍ଟିନର ବ୍ୟବସ୍ଥା କରିଛନ୍ତି କେଜ୍ରିୱାଲ ସରକାର ।

କରୋନା ଟିକାର ୨ଟି ଡୋଜ ନେଇଥିବା ଲୋକଙ୍କ ପାଇଁ ନିୟମ କିଛିକାଂଶରେ କୋହଳ କରାଯାଇଛି । ୭୨ ଘଣ୍ଟା ପୂର୍ବର RTPCR ରିପୋର୍ଟ ଦେଖାଇବା ସହ ସେମାନଙ୍କୁ ୭ଦିନ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯାଇଛି । ତେବେ କୌଣସି ବ୍ୟକ୍ତିଙ୍କ ଘରେ କ୍ୱାରେଣ୍ଟିନର ବ୍ୟବସ୍ଥା ନଥିଲେ ସେ ସରକାରଙ୍କ ସରକାରୀ କିମ୍ବା ପେଡ୍ କ୍ୱାରେଣ୍ଟିନ୍ କେନ୍ଦ୍ରରେ ରହିପାରିବେ । ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରୁ କାର, ବସ୍ , ଟ୍ରେନ୍, ବିମାନ ଯୋଗେ ଦିଲ୍ଲୀ ଆସିଲେ ଏହି ନିୟମ ମାନିବାକୁ ପଡ଼ିବ । ଆନ୍ଧ୍ର ଏବଂ ତେଲେଙ୍ଗାନାରେ କରୋନାର ନୂଆ ମ୍ୟୁଟାଣ୍ଟ ଚିହ୍ନଟ ହେବା ପରେ ଦିଲ୍ଲୀ ସରକାର କଡ଼ା ନିର୍ଦ୍ଦେଶାନାମା ଜାରି କରିଛନ୍ତି ।

ସୂଚନାଯୋଗ୍ୟ ସାରା ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବେଙ୍ଗଲ ଷ୍ଟ୍ରେନ ପରେ ଏବେ ଭାରତରେ କରୋନା ଭାଇରସର ଏକ ନୂଆ ଭାରିଏଣ୍ଟ ସାମ୍ନାକୁ ଆସିଛି। ଯାହାର ନାଁ ‘AP Strain’ । ଅର୍ଥାତ ଏହି ଭାରିଏଣ୍ଟ ଆନ୍ଧ୍ର ପ୍ରଦେଶରୁ ଠାବ କରାଯାଇଥିବାରୁ ଏହାକୁ AP Strain କୁହାଯାଉଛି। CCMB (Centre for Cellular and Molecular Biology)ର   ବୈଜ୍ଞାନିକମାନେ ଏହି ଭାରିଏଣ୍ଟକୁ ଠାବ କରିଛନ୍ତି। କୁହାଯାଉଛି  ଏହି ଭାରିଏଣ୍ଟ ୧୫ ଗୁଣାରୁ ଅଧିକ ସଂକ୍ରମିତ କରୁଛି। ଫଳରେ ୩ରୁ ୪ ଦିନ ମଧ୍ୟରେ ସଂକ୍ରମିତ ଲୋକ  ଗୁରୁତର ଭାବେ ଅସୁସ୍ଥ ହୋଇପଡୁଛନ୍ତି ।

AP Strain ଅର୍ଥାତ N440K ଭାରିଏଣ୍ଟକୁ  ସର୍ବପ୍ରଥମେ ଆନ୍ଧ୍ର ପ୍ରଦେଶର କୁରନୁଲରେ ଠାବ କରାଯାଇଥିଲା। ଏହି ଭାରିଏଣ୍ଟ B1.617 ଓ B1.618 ଠାରୁ ଅଧିକ ଶକ୍ତିଶାଳୀ। ବର୍ତ୍ତମାନ CCMBରେ ଅନେକ ଭାରିଏଣ୍ଟକୁ ନେଇ ରିସର୍ଚ୍ଚ ଚାଲିଛି। କେଉଁ ଭାରିଏଣ୍ଟ କେତେ ବିପଦପୂର୍ଣ୍ଣ ତାହା କେବଳ CCMBରେ ବୈଜ୍ଞାନିକମାନେ ହିଁ କହିପାରିବେ।  କରୋନା ଭାଇରସର ନୂଆ ଷ୍ଟ୍ରେନ ମିଳିଛି ଓ ଏହାର ସାମ୍ପଲ ଲାବ୍ରୋଟେରୀକୁ ପଠାଯାଇଛି।

You might also like