ଖୋଲିଲା ବାବା କେଦାରନାଥଙ୍କ ମନ୍ଦିର, ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ପ୍ରଥମ ପୂଜା

ଚମୋଲି:ଉତ୍ତରାଖଣ୍ଡର ବିଶ୍ୱ ପ୍ରସିଦ୍ଧ ବାବା କେଦାରନାଥ ମନ୍ଦିର ଦୀର୍ଘ ୬ ମାସ ଧରି ବନ୍ଦ ରହିବା ପରେ ବୁଧବାର ସକାଳେ ଏହାକୁ ଖୋଲା ଯାଇଛି।  ଆଜି ୬ଟା ୧୦ ମିନିଟ୍‌ରେ ବିଧି ବିଧାନ ଅନୁଯାୟୀ ପୂଜାର୍ଚ୍ଚନା ପରେ ମନ୍ଦିର ଦ୍ୱାର ଖୋଲା ଯାଇଥିଲା। ଏହି ଅବସରରେ ମନ୍ଦିରକୁ ୧୦ କୁଇଣ୍ଟାଲ ଫୁଲରେ ସଜା ଯାଇଥିଲା। ଦୀର୍ଘଦିନ ପରେ ଆଜି ସକାଳୁ ବାବାଙ୍କର ପ୍ରଥମ ପୂଜା ହୋଇଥିଲା ଏବଂ ଏହି ପୂଜା ପ୍ରଧାନମନ୍ତ୍ରୀଙ୍କ ତରଫରୁ ହୋଇଥିଲା।

କରୋନା ଭାଇରସ ସଙ୍କଟକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡର ରୁଦ୍ରପୟାଗ ଜିଲ୍ଲା ସ୍ଥିତ ଏହି ମନ୍ଦିରକୁ ବନ୍ଦ କରାଯାଇଥିଲା। ଆଜି ଦୀର୍ଘମାସ ପରେ ଏହା ଖୋଲିବାବେଳେ କେବଳ ମନ୍ଦିର ପୂଜାରୀ, ମନ୍ଦିର ସମିତିର ପଦାଧିକାରୀ, ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ସାମାଜିକ ଦୂରତା ସହ ବାବାଙ୍କର ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଥିଲା।

ସୂଚନାଥାଉ କି, ସରକାରୀ ନିଷ୍ପତ୍ତି ଅନୁସାରେ ଏବେ ଚାରିଧାମ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଛି।  ଠାକୁରଙ୍କ ନିତି ଦିନିଆ ନୀତି ସମ୍ପନ୍ନ କରିବା ପାଇଁ ଏଠାରେ କେବଳ ମନ୍ଦିର ଖୋଲା ଯାଇଛି।

ସୂଚନାଥାଉ କି, ପୂର୍ବରୁ ଏପ୍ରିଲ ୨୬ରେ ଅକ୍ଷୟତୃତୀୟା ଦିନ ଉତ୍ତରକାଶୀ ଜିଲ୍ଲଶର ଗଙ୍ଗୋତ୍ରୀ, ଯମୁନୋତ୍ରୀ ମନ୍ଦିର ଖୋଲା ଯାଇଥିଲା। ବଦ୍ରିନାଥଙ୍କ ମନ୍ଦିର ମେ’ ୧୫ରେ ଖୋଲିବ।

ଆହୁରି ପଢ଼ନ୍ତୁ

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ସୁଶାନ୍ତ ସିଂ ମୃତ୍ୟୁ ମାମଲା; ’ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡ଼ି ତଦନ୍ତ ଡ୍ରଗ୍ସ ଆଡ଼କୁ ମୁହାଁଉଛି କାହିଁକି ?’

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

You might also like