ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେସିଆର୍

ହାଇଦ୍ରାବାଦ: ତେଲେଙ୍ଗାନାରେ ଆଜିଠାରୁ ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିବେ କେସିଆର୍। ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ଆଜି ଶପଥ ନେବେ।

ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ୧୧୯ଟି ଆସନରୁ ଟିଆର୍‌ଏସ୍‌କୁ  ୮୮ ଟି ଆସନ, କଂଗ୍ରେସକୁ ୧୯ଟି ଆସନ ଓ ବିଜେପିକୁ ମାତ୍ର ୧ଟି ଆସନ ମିଳିଥିଲା।

ଭୋଟର୍‌ଙ୍କ ମୁଡ୍‌କୁ ଦେଖି କେସିଆର୍ ଆଗୁଆ ବିଧାନସଭା ଭଙ୍ଗ କରିଥିଲେ। ଯାହାକି ତାଙ୍କୁ ସଫଳତା ଦେଇଥିବା କୁହାଯାଉଛି।

You might also like