କେସିଆର୍ ହେଉଛନ୍ତି ଏନ୍‌ଡିଏ ଏବଂ ବିଜେପିର ‘ବି’ ଟିମ୍: ରାମଚନ୍ଦ୍ର ଖୁଣ୍ଟିଆ

ଭୁବନେଶ୍ୱର: କେସିଆର୍ ହେଉଛନ୍ତି ଏନ୍‌ଡିଏ ଏବଂ ବିଜେପିର ‘ବି’ ଟିମ୍। ଭାରତ ବର୍ଷରେ ଯେଉଁ ମହାଗଠବନ୍ଧନ ହେଉଛି ତାକୁ ଦୁର୍ବଳ କରିବା ପାଇଁ କେସିଆର୍ ଟେଣ୍ଡର୍‌ ନେଇଛନ୍ତି। କେସିଆର୍‌ଙ୍କ ଓଡ଼ିଶା ଗସ୍ତ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ ନେଇ ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି ତେଲେଙ୍ଗାନା ଏଆଇସିସି ଇନ୍-ଚାର୍ଜ ତଥା ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ।

କେସିଆର୍ ପୂର୍ବରୁ ବିଜେପି ସହିତ ଥିଲେ। ଉଭୟ କେସିଆର୍ ଓ ନବୀନଙ୍କ ମୁଣ୍ଡ ଉପରେ ଚିଟ୍‌ଫଣ୍ଡ ଓ ସିବିଆଇ ଖଣ୍ଡା ଝୁଲୁଛି। ତେଣୁ ଏଥିରୁ ବର୍ତ୍ତିବା ପାଇଁ ଉଭୟେ ‘ବି’ ଟିମ୍ ଭାବେ କାମ କରୁଥିବା ସେ କହିଛନ୍ତି।

ତେବେ ଏନେଇ ବିଜେଡି କହିଛି, ଦଳ ଅଣବିଜେପି ଓ ଅଣକଂଗ୍ରେସ ରାଜନୀତିକୁ ଆଧାର କରି କର୍ଯ୍ୟ କରୁଛି। କେସିଆର୍‌ଙ୍କ ଏହା ଏକ ସୌଜନ୍ୟ ମୂଳକ ସାକ୍ଷାତ୍‌କାର ବୋଲି ବିଜେଡି କହିଛି। ତେବେ ରାମଚନ୍ଦ୍ରଙ୍କ ଖୁଣ୍ଟିଆଙ୍କ ଅଭିଯୋଗ ନେଇ ବିଜେପିର ପ୍ରତିକ୍ରିୟା ମିଳିପାରିନାହିଁ।

You might also like