ନିୟମ ଉଲ୍ଲ‌ଘଂନକାରୀଙ୍କୁ ଗୁଳି ମାରିବାକୁ କେସିଆରଙ୍କ ନିର୍ଦ୍ଦେଶ

ହାଇଦ୍ରାବାଦ: ଲକ୍‌ ଡାଉନ୍ ନିୟମ ଉଲ୍ଲ‌ଘଂନକାରୀ ଓ ଯେଉଁମାନେ ଘର ବାହାରକୁ ବାହାରିବେ ସେମାନଙ୍କ ପାଇଁ କଠୋର ହୋଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର। ଲକ୍‌ ଡାଉନ୍ ବେଳେ ଯେଉଁମାନେ ଆଇନ ନ ମାନିବେ ସେମାନଙ୍କୁ ସୁଟ୍ ଆଟ୍ ସାଇଟ୍( ଦେଖିବାମାତ୍ରେ ଗୁଳି କରିବାକୁ) ସେ ନିର୍ଦ୍ଦେଶ ଦେଇଛନ୍ତି।

ଯଦି ରାଜ୍ୟରେ ପୁଲିସ୍‌କୁ ଲୋକେ ସହଯୋଗ ନ  କରନ୍ତି, ତା’ହେଲେ ଆବଶ୍ୟକ ପଡ଼ିଲେ କେନ୍ଦ୍ରରୁ ସେନା ମଗାଯିବ ବୋଲି ସେ କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଗତକାଲି କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ କେସିଆର୍ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ। ବୈଠକ ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।

କେସିଆରଙ୍କ ଏଭଳି ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। 

ସାରା ଦେଶକୁ ୨୧ ଦିନ ପାଇଁ ଲକ୍‌ ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

You might also like