କରୋନାରେ ବ୍ରେକ୍‌ ନଲାଗିଲେ କ୍ୟାବିନେଟ୍‌ ଭାଙ୍ଗିବାକୁ ରାଷ୍ଟ୍ରପତିଙ୍କ ଧମକ

ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଲାଗିଥିବା ଦୁଇ ସପ୍ତାହ ଲକ୍‌ଡାଉନ୍‌ରେ ଯଦି କରୋନା ସଂକ୍ରମଣ ଉପରେ ରୋକ୍‌ ଲଗାଇଯାଇ ନପାରିଲା ତେବେ କ୍ୟାବିନେଟ୍‌ ଭାଙ୍ଗିଦେବି। କଜାଖସ୍ତାନ ରାଷ୍ଟ୍ରପତି କେସ୍ୟାମ ଜୋମାର୍ଟ ଟୋକାୟେଭ୍‌ ତାଙ୍କ ମନ୍ତ୍ରୀପରିଷଦଙ୍କୁ ଏଭଳି ଧମକ ଦେଇଛନ୍ତି।

ସେ କହିଛନ୍ତି, ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଶେଷ ବେଳକୁ ଯଦି କରୋନା ଭାଇରସ୍‌ ସଂକ୍ରମଣରେ ରୋକ୍ ନ ଲାଗିଲା ତେବେ ସରକାରଙ୍କ କାର୍ଯ୍ୟ ଦକ୍ଷତା ଉପରେ ଆଙ୍ଗୁଳି ଉଠିବ। ତେଣୁ ଯଦି କରୋନା ସଂକ୍ରମଣ ଉପରେ ରୋକ୍ ନ ଲଗାଇଯାଏ ତାହାଲେ କ୍ୟାବିନେଟ୍‌ ଭାଙ୍ଗିଦେଇପାରେ ବୋଲି ଟୋକାୟେଭ୍‌ କହିଛନ୍ତି।

ଜୁଲାଇ ୫ ତାରିଖରୁ କଜାଖସ୍ତାନ ସାରା ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଘୋଷଣା କରିଛି। ଦେଶରେ ୫୫,୦୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୬୪ ଜଣଙ୍କର ମୃତ୍ୟୁ ହେଲାଣି। ଗୁରବାର  ଦେଶରେ ୧,୯୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦେଶରେ ଅର୍ଥନୀତିରେ ସୁଧାର ଆଣିବା ପାଇଁ ମଧ୍ୟ କ୍ୟାବିନେଟ୍‌କୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଟୋକାୟେଭ୍।

 

You might also like