୪ର୍ଥ ମହିଳା କୋଟିପତି ହେଲେ ନେହା ଶାହ

ମୁମ୍ବଇ: ଡ. ନେହା ଶାହ ହେଲେ ୪ର୍ଥ କୋଟିପତି। ଏହି ଖବର ଯେତେବେଳେ ଘୋଷଣା କରାଗଲା ପ୍ରଥମେ ତ ନିଜ କାନକୁ ବିଶ୍ୱାସ କରିପାରି ନ ଥିଲେ। ହେଲେ ପରେ ଖୁସିରେ ପାଗଳ ହୋଇଯାଇଥିଲେ । ଡା.ନେହା ଶାହ  ଟିଭି ଜଗତର ବହୁ ଚର୍ଚ୍ଚିତ ରିୟଲିଟି ଶୋ କୌନ ବନେଗା କରୋଡପତି ୧୨ ଶେଷ ସିଜନର ୪ର୍ଥ କୋଟିପତି ହୋଇଛନ୍ତି। ନେହା କୋଟିଏ ପ୍ରଶ୍ନର ଉତ୍ତର ଦେଇ ଏହି ସିଜନର ୪ର୍ଥ କୋଟିପତି  ମହିଳା ହୋଇଛନ୍ତି।

ଚାନେଲ ପକ୍ଷରୁ ଏହାର ପ୍ରୋମୋ ସେୟାର କରାଯାଇଛି। ଏଥିରେ ଅମିତାଭ ବଚ୍ଚନ ଦେଶର ୪ର୍ଥ କୋଟିପତିଙ୍କ ସହ ପରିଚୟ କରାଉଛନ୍ତି। ଏଠି କହି ରଖିବୁ, ଏହା ପୂର୍ବରୁ ଅନୁପରା ଦାସ, ନାଜିଆ ନସୀମ ଏବଂ ଆଇପିଏସ୍‌ ଅଫିସର ମୋହିତ ଶର୍ମା ଏହି ସିଜନର କୋଟିପତି ହୋଇଥିଲେ।

ନେହା ଏହି ପୁରସ୍କାର ପାଇବା ପରେ ୪ର୍ଥ ମହିଳା। ତେବେ ଏହା ପରେ ପ୍ରଶ୍ନ ଉଠୁଛି, ଏହାପରେ ସେ ୭ କୋଟି ପ୍ରଶ୍ନର ଉତ୍ତର ଦେଇ ପାରିବେ କି ? ଚାନେଲ  ପକ୍ଷରୁ ସେୟାର କରାଯାଇଥିବା ଭିଡିଓରେ ପ୍ରଥମେ ଅମିତାଭ ବଚ୍ଚନ ନେହାଙ୍କୁ ଏକ କୋଟିର ପ୍ରଶ୍ନ ପଚାରିଥିଲେ।, ଏହା ପରେ ସେ ତାଙ୍କୁ ବିଜୟୀ ଘୋଷଣା କରିଥିବା ଦେଖିବାକୁ ମିଳିଥିଲା। ଏହା ପରେ ନେହାଙ୍କୁ ୭ କୋଟିର ପ୍ରଶ୍ନ ପଚରାଯିବ। ଏବେ ଦେଖିବାର କଥା, ନେହା ଏହି ପ୍ରଶ୍ନର ଉତ୍ତର ଦେଇ ପାରୁଛନ୍ତି କି ନାହିଁ।

ଶୋ ସମୟରେ ନେହା ଦର୍ଶକଙ୍କ ସହ ଅମିତାଭ ଭରପୁର ମନୋରଞ୍ଜନ କରିଥିବା ଦେଖିବାକୁ ମିଳିଥାଏ। କେତେବେଳେ ନେହା ଅମିତାଭଙ୍କ ପାଇଁ ଗୀତ ଗାଉଥିବା ଦେଖିବାକୁ ମିଳିଥିଲା। ପୁଣି କେତେବେଳେ ପ୍ରେମ ନିବେଦନ କରୁଥିବା ଦେଖିବାକୁ ମିଳିଥିଲା। ନେହାଙ୍କ ଏପରି ଆଚରଣ ଦେଖି ନିଜେ ଅମିତାଭ ବି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତେବେ ନେହା କୋଟିଏ ଟଙ୍କା ଜିତିବାର ଏପିସୋଡ କେବେ ପ୍ରସାରଣ କରାଯିବ ତାହା ଚାନେଲ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ।

You might also like