ଟ୍ରେନରେ ବିବାହିତା ମହିଳାଙ୍କୁ ଅସଦାଚରଣ କଲେ ବିହାରର ୬ ଯୁବକ

ଭୟରେ ଦେଖଣାହାରୀ ସାଜିଲେ ଯାତ୍ରୀ, କାନ୍ଦି କାନ୍ଦି ପରିବାର ଲୋକଙ୍କୁ ଫୋନ୍ କଲେ ମହିଳା, ଆଉ ତା’ପରେ

କଟନୀ: ଟ୍ରେନରେ ବିବାହିତା ମହିଳାଙ୍କୁ ଅସଦାଚରଣ । ଉନ୍ମତ୍ତ ଯୁବକଙ୍କୁ ଦେଖି ଭୟରେ ଦେଖଣାହାରୀ ସାଜିଲେ ଯାତ୍ରୀ।ସଂଘମିତ୍ରା ଏକ୍ସପ୍ରେସରେ ଜଣେ ବିବାହିତା ମହିଳାଙ୍କୁ ବିହାରର କିଛି ଯୁବକ ଅସଦାଚରଣ କରିଥିବା ଜଣାପଡ଼ିଛି। ପୂରା ଯାତ୍ରା ସମୟରେ ମହିଳା ଜଣକ ଭୟରେ ଚୁପଚାପ ବସି ରହିଥିଲେ ।  ଯୁବକମାନେ ତାଙ୍କ ମୁହଁରେ ସିଗାରେଟ୍ ଧୂଆଁ ମଧ୍ୟ ଉଡ଼ାଇଛନ୍ତି। ତେବେ ଅସହ୍ୟ ହେବାରୁ ପରିବାର ଲୋକଙ୍କୁ ଏନେଇ ସୂଚନା ଦେଇଥିଲେ ସଂପୃକ୍ତ ମହିଳା ଜଣକ ।  ଫଳରେ କଟନୀ ଷ୍ଟେସନରେ ଟ୍ରେନ୍ ପହଞ୍ଚିବା ପରେ ମହିଳାଙ୍କ ପରିବାର ଲୋକେ ଯୁବକଙ୍କୁ ନିର୍ଦ୍ଧୁମ ଛେଚିଛନ୍ତି। ଏହି ଘଟଣାର ଘଟିବାର ତିନି ଦିନ ପରେ ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି।

ମାର୍ଚ୍ଚ ୨୦ ତାରିଖରେ ସଂକଘମିତ୍ରା ଏକ୍ସପ୍ରେସର ଡି୧ କୋଚରେ ବେଙ୍ଗାଲୁରୁ ଠାରୁ କଟନୀ ଆସିବା ପାଇଁ ଟ୍ରେନ ଧରିଥିଲେ ମହିଳା । ସମାନ କୋଚରେ ବିହାରର ୬ ଜଣ ଯୁବକ ପୂବରୁ ଯାତ୍ରା କରୁଥିଲେ । ଟ୍ରେନ ସିକନ୍ଦରାବାଦ ପହଞ୍ଚିବା ପରେ କମେଣ୍ଟ୍ କରିବା ସହ ଅଶ୍ଳୀଳ ବ୍ୟବହାର କରିବା ଆରମ୍ଭ କରିଦେଇଥିଲେ । ମହିଳାଙ୍କ ମୁହଁକୁ ସିଗାରେଟ ଧୂଆଁ ମଧ୍ୟ ଛାଡ଼ୁଥିଲେ । ତେବେ କୋଚରେ ଥିବା ଯାତ୍ରୀମାନେ ୬ ଜଣ ଯୁବକ ଏପରି କରୁଥିବା ଦେଖି ଚୁପଚାପ ବସିରହିଥିଲେ ସିନା, କେହି କିଛି କହୁନଥିଲେ।

ତେବେ ମହିଳା ଜଣକ ଏତେ ଡରିଯାଇଥିଲେ ଯେ କ’ଣ କିରବେ ଚିନ୍ତା କିରପାରିନଥିଲେ । ଶେଷର ଅନ୍ୟ ଉପାୟ ନପାଇ ପରିବାର ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଏବଂ ପରିବାର ଲୋକଙ୍କ କହିବା ଅନୁସାରେ ରେଲୱେ ହେଲ୍ପଲାଇନ୍ ନମ୍ବର ୧୮୨କୁ କଲ କରି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ । ତେବେ ଟ୍ରେନ୍ ବିଜୟୱାଡ଼ା ଷ୍ଟେସନ୍ ପହଞ୍ଚିବା ପରେ ଆରପିଏଫ୍ ଯବାନ ସେଠାରେ ପହଞ୍ଚି ଯୁବକଙ୍କୁ ଗିରଫ କରିବା ପରିବର୍ତ୍ତେ ବୁଝାସୁଝା କରି ଚାଲିଯାଇଥିଲେ। ଫଳରେ ଯୁବକଙ୍କ ସାହସ ଆହୁରି ବଢ଼ିଯାଇଥିଲା। ସେମାନେ ମହିଳାଙ୍କୁ ଆହୁରି ଅଧିକ ହଇରାଣ କରିବା ଆରମ୍ଭ କରିଦେଲେ।

ଶେଷରେ ଘରକୁ କାନ୍ଦି କାନ୍ଦି ଏ ସମ୍ପର୍କରେ ଫୋନରେ ଜଣାଇଥିଲେ ମହିଳା। ମାର୍ଚ୍ଚ ୨୧ରେ ଟ୍ରେନ୍ ଷ୍ଟସନରେ ପହଞ୍ଚିବା ପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ମହିଳାଙ୍କ ପରିବାର ଲୋକେ ଅସଦାଚଣ କରିଥିବା ଯୁବକଙ୍କୁ ଉତ୍ତମ ମଧ୍ୟମ ଦେଇଥିଲେ। ପ୍ରବଳ ମାଡ଼ ମାରିବା ସହ ପୋଷାକ ମଧ୍ୟ ଫାଡ଼ି ଦେଇଥିଲେ। ପ୍ଲାଟଫର୍ମରେ ବେଶ୍ କିଛି ଘଣ୍ଟା ପାଟିତୁଣ୍ଡ ହୋଇଥିଲା।

ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଷ୍ଟେସନ ପ୍ଲାଟଫର୍ମରେ ମାଡ଼ପିଟ, ପାଟିତୁଣ୍ଡ ତଥା ଉତ୍ତେଜନା ହୋଇଥିଲେ ସୁଦ୍ଧା ଏସମ୍ପର୍କରେ ଆରପିଏଫ କିମ୍ବା GRP ପୋଲିସ କିଛି ଜାଣିନଥିଲେ । ବୁଧବାର ମହିଳା ଜଣକ ଅଭିଯୋଗ କରିବା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି| GRP DSP ଲୋକେଶ ମାର୍କୋ କହିଛନ୍ତି, ଏହି ଘଟଣା ୨୦ ମାର୍ଚ୍ଚ ତାରିଖ ଘଟିଥିବା ବେଳେ ୨୪ ମାର୍ଚ୍ଚରେ ଅଭିଯୋଗ କରାଯାଇଛି । ତେବେ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇ ଏବ ତଦନ୍ତ କରାଯାଉଛି।

 

You might also like