ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ସୋଲାର ବୋଟ୍

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ପ୍ରସିଦ୍ଧ ଡାଲ୍‌ ହ୍ରଦ। ଦେଶ ବିଦେଶର ବହୁ ପର୍ଯ୍ୟଟକଙ୍କୁ ଏହାର ମନୋରମ ସୌନ୍ଦର୍ଯ୍ୟ ଆକର୍ଷଣ କରିଥାଏ। ଖାଲି ଏତିକି ନୁହେଁ ବୋଟ୍‌ରେ ବସି ଏହି ସୌନ୍ଦର୍ଯ୍ୟକୁ ଉପଭୋଗ ମଧ୍ୟ କରିଥାନ୍ତି ପର୍ଯ୍ୟଟକ।

ତେବେ ଏଠାରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାର ଅନ୍ୟତମ କାରଣ ପାଲଟିଛି ଏଠାକାର ସୋଲାର ବୋଟ୍। ସମ୍ପୂର୍ଣ୍ଣ ସୌରଚାଳିତ ଏହି ବୋଟ୍‌କୁ ନିର୍ମାଣ କରିଛନ୍ତି  କିଛି ଇଞ୍ଜିନିୟରିଂ ଛାତ୍ରଛାତ୍ରୀ।

ନିଜ କଲେଜ ପ୍ରୋଜେକ୍ଟରେ ଏହି ସୋଲାର ବୋଟ୍‌ ତିଆରି କରିବା ପରେ ଡାଲ୍‌ ହ୍ରଦରେ ଏହାର ଶୁଭାରମ୍ଭ କରିଛନ୍ତି। ଏହାର ବିଶେଷତ୍ୱ ଯେ ଏହାକୁ ଆହୁଲା ମାରି ଚଳାଇବାକୁ ପଡିନଥାଏ କି ଏଥିରେ ମୋଟର  ଲାଗିନଥାଏ। ବୋଟ୍‌ ଉପରେ ଲାଗିଥିବା ସୋଲାର ପ୍ୟାନେଲ୍‌ ଦ୍ୱାରା ଏହା  ସ୍ୱୟଂଚାଳିତ  ହୋଇଥାଏ।

ଏହି ବୋଟର ଲମ୍ବ ୮ ଫୁଟ ହୋଇଥିବାବେଳେ ଏଥିରେ ୧୫୦ କିଲୋଗ୍ରାମ ଓଜନ ବହନ କରିବା ସହ ୨ ଜଣ ବସିବାର କ୍ଷମତା ରହିଛି। କୌଣସି ଯାନ୍ତ୍ରିକ ମୋଟର ନ ଥିବାରୁ ଏହା ବେଶ୍‌ ପରିବେଶ ଉପଯୋଗୀ ମଧ୍ୟ। ଇକୋ ଟୁରିଜିମ୍‌କୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ଏହା ଆରମ୍ଭ ହୋଇଛି ଏହି ବୋଟ୍‌ ସେବା।

ଶ୍ରୀନଗର  ଡେପୁଟି କମିଶନର ଏହି ବୋଟ୍‌ ସେବାର ଶୁଭାରମ୍ଭ କରିବା ଅବସରରେ ଛାତ୍ରଛାତ୍ରୀଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

ଆଗକୁ ୧୦ରୁ ୧୫ ଜଣ ବସିବା କ୍ଷମତା ବିଶିଷ୍ଟ ଏହି ବୋଟ୍‌ର ସମ୍ପ୍ରସାରିତ ରୂପ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏହି ଇଞ୍ଜିନିୟରିଂ ଛାତ୍ରଛାତ୍ରୀ।

ଆହୁରି ପଢ଼ନ୍ତୁ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

You might also like