କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ : ଜାମିଆତ ଉଲେମା-ଇ-ହିନ୍ଦ

ନୂଆଦିଲ୍ଲୀ : ପାକିସ୍ତାନ ବିରୋଧରେ ଆଜି ପ୍ରସ୍ତାବ ପାରିତ କରିଛି ମୁସଲିମ ଧର୍ମର ସବୁଠାରୁ ବଡ଼ ଅନୁଷ୍ଠାନ ଜାମିଆତ ଉଲେମା-ଇ-ହିନ୍ଦ। ଏଥିସହ ସଂଗଠନ ପକ୍ଷରୁ ପାରିତ ପ୍ରସ୍ତାବରେ ଜମ୍ମୁ-କଶ୍ମୀରକୁ ଭାରତର ଅଭିନ୍ନ ଅଙ୍ଗ ବୋଲି ଦର୍ଶାଯାଇଛି। ଭାରତର ଆଭ୍ୟନ୍ତରୀଣ ଅଂଶର ଯେଉଁଭଳି ବିକାଶ ହେଉଛି ଉପତ୍ୟକାରେ ମଧ୍ୟ ତଦନୁଯାୟୀ ବିକାଶ ହେବ ବୋଲି ସଂଗଠନ କହିଛି।

ଆଜି ଏଠାରେ ସଂଗଠନ ପକ୍ଷରୁ ବାର୍ଷିକ ସମ୍ମିଳନୀ ବସିଥିଲା। ଏଥିରେ କୁହାଯାଇଛି ଯେ ବିଦ୍ରୋହୀ ଫୋର୍ସ ଓ ପଡ଼ୋଶୀ ରାଷ୍ଟ୍ର କଶ୍ମୀରକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ସେମାନେ ଏଠାକାର ଲୋକଙ୍କୁ ଢାଲ ଭାବେ ବ୍ୟବହାର କରୁଛନ୍ତି। ବିଚ୍ଛିନ୍ନତାବାଦୀମାନେ କଶ୍ମୀରରେ ରହି ଲୋକମାନଙ୍କୁ ହିଂସା ସୃଷ୍ଟି କରିବାକୁ ପ୍ରବର୍ତ୍ତାଉଛନ୍ତି। ଏଭଳି କାଣ୍ଡକୁ ଜାମିଆତ ଉଲେମା-ଇ-ହିନ୍ଦ କେବେ ହେଲେ ସମର୍ଥନ କରେନାହିଁ।

ବିଚ୍ଛନ୍ନତାବାଦୀଙ୍କ ଏହି ଆଭିମୁଖ୍ୟ କେବଳ ଭାରତକୁ ନୁହେଁ ବରଂ ସମଗ୍ର କଶ୍ମୀରବାସୀଙ୍କ କ୍ଷତି କରୁଛି। ଆମେ କଶ୍ମୀରର ବିକାଶ କଥା ଚିନ୍ତା କରିବା ପୂର୍ବରୁ ପ୍ରଥମେ ସେମାନଙ୍କ ଇଚ୍ଛା ଓ ସଂସ୍କୃତି କଥା ମଧ୍ୟ ବିଚାର କରିବାକୁ ପଡ଼ିବ। କଶ୍ମୀରର ବିକାଶ ଭାରତ ସହ ଅଙ୍ଗାଙ୍ଗୀ  ଭାବେ ଜଡ଼ିତ। ପାକିସ୍ତାନ ମୁସଲିମମାନେ ଭାରତ ବିରୋଧୀ ବୋଲି ଅନ୍ତର୍ଜାତୀୟ ସ୍ତରରେ ଦେଖାଇବାକୁ ଚାହୁଁଛି। ଆମେ ପାକିସ୍ତାନର ଏଭଳି ଆଚରଣକୁ କଡ଼ା ନିନ୍ଦା କରୁଛୁ।”

କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଲାଗୁ ହୋଇଥିବା କଟକଣା ସମ୍ପର୍କରେ ମଧ୍ୟ ଏହି ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି। ଏଥିରେ କୁହାଯାଇଛି ଯେ ଜମ୍ମୁ-କଶ୍ମୀରରେ ସବୁକିଛି ସ୍ୱାଭାବିକ କରିବାକୁ ଭାରତ ସରକାର ତୁରନ୍ତ ପଦକ୍ଷେପ ନେବା ଦରକାର। ଜମ୍ମୁ-କଶ୍ମୀରବାସୀଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ  କରାଯିବା ଠିକ୍ ନୁହେଁ। ସଂଗଠନ ପକ୍ଷରୁ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର ଧାରା ୩୭୦ ଉଚ୍ଛେଦ କରାଯିବା ନିଷ୍ପତ୍ତିକୁ ମଧ୍ୟ ସମର୍ଥନ କରାଯାଇଛି।

ଆହୁରି ପଢ଼ନ୍ତୁ

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

You might also like