ସ୍କୁଲ୍ ବହିରେ ପଢ଼ାଯିବ ଜନ୍ନତଙ୍କ କାହାଣୀ

ହାଇଦ୍ରାବାଦ: ସ୍କୁଲ ବହିରେ ସ୍ଥାନ ପାଇବ ୭ ବର୍ଷର କୁନି ଝିଅ ଜନ୍ନତର କାହାଣୀ। ଭାରତର ଜନ୍ନତ(ସ୍ୱର୍ଗ) କୁହାଯାଉଥିବା ଜମ୍ମୁ-କାଶ୍ମୀରରେ ରହୁଛନ୍ତି କୁନି ଝିଅ ଜନ୍ନତ। କୁନି ବୟସରେ ତାଙ୍କର ମହତ କାର୍ଯ୍ୟ ସାରା ବିଶ୍ୱ ଉଦାହରଣ ପାଲଟିଛି। ଦୀର୍ଘ ଦୁଇ ବର୍ଷ ଧରି ଜନ୍ନତ ତାଙ୍କ କୁନି କୁନି ହାତରେ ଜମ୍ମୁ-କଶ୍ମୀର ଡଲ୍‌ ହ୍ରଦକୁ ସଫା କରିଆସୁଛନ୍ତି। ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ହାଇଦ୍ରାବାଦର ଏକ ସ୍କୁଲ୍‌ ଜନ୍ନତଙ୍କ କାହାଣୀକୁ ପଢ଼ା ବହିରେ ସ୍ଥାନ ଦେଇଛନ୍ତି।

ଦ୍ୱିତୀୟ ଶ୍ରେଣୀରେ ପାଠ ପଢ଼ୁଛନ୍ତି କାଶ୍ମୀର କୁନି ପରୀ ଜନ୍ନତ। ଯେଉଁ ବୟସରେ ପିଲାମାନେ ନାଚ, ଗୀତରେ ଧ୍ୟାନ ଦିଅନ୍ତି, ସେହି ବୟସରେ ସେ ସକାଳ ହେଲେ ହ୍ରଦ ସଫା କରିବାରେ ଲାଗିପଡ଼ନ୍ତି। ଜନ୍ନତଙ୍କର ଏହି କାର୍ଯ୍ୟକୁ ସାରା ବିଶ୍ୱରେ ପ୍ରଶଂସା କରାଯାଇଛି। ତେଣୁ ତାଙ୍କର ଏପରି ଉଦାହରଣ ସୃଷ୍ଟିକାରୀ କାର୍ଯ୍ୟକୁ ହାଇଦ୍ରାବାଦର ଏକ ସ୍କୁଲ୍ ପଢ଼ା ବହିରେ ସାମିଲ କରିଛି ହାଇଦ୍ରାବାଦର ଏକ ସ୍କୁଲ୍।

This 5-Year-Old Is Cleaning Up Kashmir's Dal Lake Because We Are ...

ଜନ୍ନତଙ୍କ ପିତା ତାରିକ୍ ଅହମ୍ମଦ ପୂର୍ବରୁ ଜମ୍ମୁ-କଶ୍ମୀର ହ୍ରଦ ସଫା କରି ଆସୁଛନ୍ତି। ବାପାଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଗତ ଦୁଇ ବର୍ଷ ହେବ ଝିଅ ଜନ୍ନତ ଜାମ୍ମୁ ଏବଂ କାଶ୍ମୀରର ଡଲ୍ ହ୍ରଦ ସଫା କାଯ୍ୟ କରୁଛନ୍ତି।

ପଢ଼ା ବହିରେ ତାଙ୍କ କାହାଣୀ ସ୍ଥାନ ପାଇବା ଖବର ଜାଣିବା ପରେ ଜନ୍ନତ କହିଛନ୍ତି, ବିଶ୍ୱର ଆଜି ବିଭିନ୍ନ କାରଣରୁ ଜଳ ଦୂଷିତ ହେବାରେ ଲାଗିଛି। ଏହାର କୌଣସି ପ୍ରତିକାର କରାଯାଉନାହିଁ। ତେଣୁ ହ୍ରଦ ସଫା କରିବା କାମ ମୁଁ ମୋ ବାପାଙ୍କଠାରୁ ଶିଖିଛି ଏବଂ ଏହାର ଶ୍ରେୟ ମୁଁ ମୋ ବାପାଙ୍କୁ ଦେବି।

Jammu and Kashmir: Five-year-old Jannat on Mission Dal Lake- The ...

ଝିଅ କଥା ଯେ ପଢ଼ା ବହିରେ ସ୍ଥାନ ପାଇବି ଓ ପିଲା ଏହାକୁ ପଢ଼ିବେ ଏକଥା ଜାଣିବା ପରେ ଜନ୍ନତଙ୍କ ବାପା ତାରିକ୍‌ ଅହମ୍ମଦ ମଧ୍ୟ ଖୁସିରେ କୁଣ୍ଢେମୋଟ ହୋଇପଡ଼ିଛନ୍ତି। ସେ କହିଛନ୍ତି, ହାଇଦ୍ରାବାଦ୍‌ରୁ ଜଣେ ବନ୍ଧୁଙ୍କଠାରୁ ଏହି ଖବର ଜାଣି ତାଙ୍କୁ ଫଟୋ କପି ମାଗିଥିଲି। ଝିଅର କାହାଣୀ ବହିରେ ଦେଖି ମୁଁ ବହିତ ଗର୍ବ ଅନୁଭବ କରୁଛି।

ଆହୁରି ପଢ଼ନ୍ତୁ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

You might also like