ପୁଲ୍‌ୱାମାରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଦକ୍ଷିଣ କଶ୍ମୀରର ପୁଲ୍‌ୱାମା ଅଞ୍ଚଳର ତ୍ରାଲ୍‌ଠାରେ ସୁରକ୍ଷା କର୍ମୀର ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଡିଜିପି ଦିଲ୍‌ବାଗ୍‌ ସିଂହ କହିବା ଅନୁଯାୟୀ, ମୃତ ୩ ଆତଙ୍କବାଦୀ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈଶ୍‌-ଏ-ମହମ୍ମଦ ସହ ଜଡ଼ିତ।

ଅନ୍ୟପକ୍ଷରେ ରଜୌରୀ ଜିଲ୍ଲାର ନୌଶେରା ସହରରେ ଆତଙ୍କବାଦୀଙ୍କ ସହ ସୁରକ୍ଷା କର୍ମୀଙ୍କ ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଛନ୍ତି। ୨.୪୦ ବେଳକୁ ଏଲ୍‌ଓସିଠାରୁ ୫୦୦ ମିଟର ଭିତରେ ଏଭଳି ଘଟଣା ଘଟିଛି। ଏହା ପୂର୍ବରୁ ଆଇଡି ବିସ୍ଫୋରଣ ହୋଇଥିଲେ ମଧ୍ୟ ଏଥିରେ କେହି ମଧ୍ୟ ମୃତାହତ ହୋଇନଥିଲେ।

ଏହାପୂର୍ବରୁ ପୁଞ୍ଛ ଜିଲ୍ଲାର ବାଲାକୋଟ୍‌ ଏବଂ ମେନ୍ଧାର ସେକ୍ଟରଠାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ସୀମା ସେପଟୁ ବିଭିନ୍ନ ଜନବସିତା ଆଡ଼କୁ ଲକ୍ଷ୍ୟ କରି ଘନଘନ ଗୁଳି ଗୋଳା ଓ ଶେଲିଂ ମାଡ଼ କରାଯାଇଥିଲା।

ଜମ୍ମୁକଶ୍ମୀରର ପୁଞ୍ଛ ଜିଲ୍ଲାରେ ହିଁ ଏଭଳି ଆକ୍ରମଣ କାରଣରୁ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଭୋର ୨ଟା ବେଳେ ଶେଲିଂ ମାଡ଼ ହୋଇଥିଲା।

ଆହୁରି ପଢ଼ନ୍ତୁ

‘ବିନା ଅନୁମତିରେ ପତ୍ନୀଙ୍କ ଫୋନ କଲ୍ ରେକର୍ଡିଂ କରିବା ଅପରାଧ’

ଏଠି ଚୁଟି କାଟିବା ପାଇଁ ଦେଖାଇବାକୁ ପଡିବ ଆଧାର କାର୍ଡ

ଭାରତୀୟ ସେନାଙ୍କ ଅଭ୍ୟାସ ଇଲାକାରେ ସ୍ଥିତି ମଜବୁତ୍‌ କଲା ଚୀନ୍

ଭାରତ-ବାଂଲାଦେଶ ସୀମାରେ ଭୂକମ୍ପ

ସୁଧ ହାର କମାଇଲା SBI

ଆଜି ସ୍ଥଳଭାଗ ଛୁଇଁବ ବାତ୍ୟା ‘ନିସର୍ଗ’

‘କେବଳ ଟିକା ଦ୍ୱାରା ଗୋଷ୍ଠୀ ପ୍ରତିରୋଧ କ୍ଷମତା ସୃଷ୍ଟି ସମ୍ଭବ’

ଇଲେକଟ୍ରୋନିକ୍ସ ଉତ୍ପାଦନ ପାଇଁ ୩ ବଡ଼ ଯୋଜନା

ହିଂସା ଘଟାଇବା ପାଇଁ ତାହିର ଖର୍ଚ୍ଚ କରିଥିଲା ୧.୩ କୋଟି!

ବିକ୍ଷୋଭକାରୀଙ୍କୁ ଟ୍ରମ୍ପଙ୍କ ଚେତାବନୀ: ହିଂସା ନଥମିଲେ ସେନା ମୁତୟନ ହେବ

ଜେଲରୁ ମୁକୁଳିଲେ ମଡେଲ ଜେସିକା ଲାଲ୍ ହତ୍ୟାକାଣ୍ଡର ଦୋଷୀ ମନୁ ଶର୍ମା

ଭାରତ ବିରୋଧରେ ଆକ୍ରମଣାତ୍ମକ ମନୋଭାବକୁ ନେଇ ଚୀନ୍‌ ଉପରେ ବର୍ଷିଲା ଆମେରିକା

You might also like