ଫିଲ୍ମ ଅଭିନେତାଙ୍କୁ ହତ୍ୟା ! ସୋଫାରେ ପଡ଼ିଥିଲା ରକ୍ତଭିଜା ମୃତଦେହ

ବେଙ୍ଗାଲୁରୁ: କର୍ଣ୍ଣାଟକର ଟୁଲୁ ଫିଲ୍ମ ଆକ୍ଟର ସୁରେନ୍ଦ୍ର ବନ୍ତୱାଲଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଦକ୍ଷିଣ କାନାଡ଼ା ଜିଲ୍ଲା ବନ୍ତୱାଲ ଟାଉନ୍‌ରେ ଥିବା ଏ ଆପାର୍ଟମେଣ୍ଟରେ ବୁଧବାର ତାଙ୍କ ରକ୍ତଭିଜା ମୃତଦେହ ଉଦ୍ଧାର କରିଛି ପୋଲିସ। ସୁରେନ୍ଦ୍ରଙ୍କ ଶରୀରରେ ଅନେକ ସ୍ଥାନରେ ଛୁରାଘାତ ଥିବାରୁ ତାଙ୍କୁ କେହି ହତ୍ୟା କରିଥାଇପାରେ ବୋଲି ସନ୍ଦେହ କରାଯାଉଛି।

ବନ୍ତୱାଲ ପୋଲିସର ସୂଚନା ଅନୁସାରେ, ସୁରେନ୍ଦ୍ରଙ୍କ ରକ୍ତଭିଜା ମୃତଦେହ ଏକ ସୋଫାରେ ପଡ଼ିଥିଲା। ତାଙ୍କ ଶରୀରରେ ଅନେକ ସ୍ଥାନରେ କ୍ଷତ ଚିହ୍ନ ରହିଥିଲା। ଘଟଣାର ତଦନ୍ତ ପାଇଁ ଏକ ଟିମ୍ ଗଠନ କରାଯାଇଛି। ଟିମ୍‌ ଯଥା ସମ୍ଭବ ବିଭିନ୍ନ ଦିଗରୁ ମାମଲାର ତଦନ୍ତ କରିବ ବୋଲି ବନ୍ତୱାଲ ପୋଲିସ ଷ୍ଟେସନ ଇନସ୍ପେକ୍ଟର ଟିଡି ନାଗରାଜ ସୂଚନା ଦେଇଛନ୍ତି।

ପୋଲିସ ସୁଚନା ଅନୁସାରେ, କେହି ଦୁର୍ବୃତ୍ତ ୩୯ ବର୍ଷୀୟ ସୁରେନ୍ଦ୍ରଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ବୁଧବାର ଅପରାହ୍ନରେ ସୁରେନ୍ଦ୍ରଙ୍କ ସାଙ୍ଗମାନେ ତାଙ୍କୁ ଫୋନ କରିଥିଲେ। କିନ୍ତୁ ସେ ଫୋନ୍ ରିସିଭ୍ ନକରିବାରୁ ଘଟଣା ସାମ୍ନାକୁ ଆସିଥିଲା। ଘଟଣା ସ୍ଥଳରେ ଏକ ଫୋରେନ୍ସିକ୍ ଟିମ୍‌ ଓ ଡଗ୍‌ ସ୍କ୍ୱାଡ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସୁରେନ୍ଦ୍ର ଜଣେ ଟୁଲୁ ଫିଲ୍ମ ଅଭିନେତା। ସେ ଟୁଲୁ ଭାଷାରେ ନିର୍ମିତ ହୋଇଥିବା ଚାଲିପୋଲିଲୁ ଏବଂ କାନାଡ଼ା ଫିଲ୍ମ ‘ସବର୍ଣ୍ଣ ଦୀର୍ଘ ସଙ୍ଘୀ’ରେ ଅଭିନୟ କରିଛନ୍ତି।

ସୁରେନ୍ଦ୍ରଙ୍କ ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ବି ରହିଛି। ୨୦୧୮ରେ ଜଣେ ବିଜେପି କର୍ମୀଙ୍କୁ ଖଣ୍ଡା ଧରି ଧମକାଇଥିବାରୁ ସେ ଗିରଫ୍ ହୋଇଥିଲେ। ଏହି ସମୟର ଭିଡିଓ ବି ଭାଇରାଲ୍ ହୋଇଥିଲା। ତେବେ ପରେ ବେଲ୍‌ ପାଇ ଜେଲ୍‌ରୁ ମୁକୁଳିଥିଲେ ସୁରେନ୍ଦ୍ର। ପୋଲିସ ସୂଚନା ଅନୁସାରେ, ସୁରନ୍ଦ୍ରଙ୍କ ନାଁରେ ପାଖାପାଖି ୧୫ଟି ଅପରାଧିକ ମାମଲା ରହିଛି। ସେ ପ୍ରଥମେ ଦକ୍ଷିଣପନ୍ଥୀ ସଂଗଠନ ସହ ଯୋଡ଼ି ହେବା ପରେ କଂଗ୍ରେସରେ ଯୋଗ ଦେଇଥିଲେ। ସେ ଆର୍ଥିକ ଦେଣନେଣ କାର୍ଯ୍ୟରେ ଲିପ୍ତ ଥିଲେ ବୋଲି ପୋଲିସ କହିଛି।

ଆହୁରି ପଢ଼ନ୍ତୁ

କାଲି ଭାରତ ବନ୍ଦ, ଗଡ଼ିବନି ଅଖ-ଚକ

ହେଡ୍‌ଫୋନ୍‌ ଲଗାଇ ରେଲ୍‌ୱେ ଟ୍ରାକ୍‌ରେ ମର୍ଣ୍ଣିଂ ୱାକ୍‌ କରୁଥିଲେ; ମାଡ଼ି ଆସିଲା ଟ୍ରେନ୍‌, ତା’ପରେ…

ଦେଶବ୍ୟାପୀ ଆରଟିପିସିଆର ଟେଷ୍ଟର ସମାନ ମୂଲ୍ୟ ଧାର୍ଯ୍ୟ କର: ସୁପ୍ରିମ୍‌କୋର୍ଟ

ବ୍ୟାଙ୍କ୍‌ ନୋଟ୍‌ ଦ୍ୱାରା ବ୍ୟାପିବ କି କରୋନା ସଂକ୍ରମଣ ? ସାମ୍ନାକୁ ଆସିଲା ନୂଆ ତଥ୍ୟ

ଭୀଷଣ ବାତ୍ୟାର ରୂପ ନେଇ ଆଜି ଲ୍ୟାଣ୍ଡଫଲ୍‌ କରିପାରେ ‘ନିଭାର’, ହାଇ ଆଲର୍ଟ ଜାରି

ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ

ଖୁବ୍‌ ଶୀଘ୍ର ବଜାରରେ ଉପଲବ୍ଧ ହେବ ‘ସ୍ପୁଟନିକ୍-ଭି’

ଜୀବନକୁ ବାଜି ଲଗାଇ ଚାରି ଜଣଙ୍କୁ ବଞ୍ଚାଇଲା ଗର୍ଭବତୀ କୁକୁର

ଶକ୍ତି ଗୋଟାଉଛି ନିଭାର, ୧୨୦ କିଲୋମିଟର ବେଗରେ ବହିବ ପବନ

ପୁଣି ୪୩ ଚାଇନିଜ୍ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର

କରୋନା ଟିକା ନେଇ କ’ଣ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ?

ହଠାତ୍‌ ଲାଲ୍‌ ହୋଇଗଲା ନଦୀର ପାଣି, ଦୋଷୀକୁ ଧରାଇ ଦେଲେ ମିଳିବ ପୁରସ୍କାର

You might also like