ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ

କର୍ଣ୍ଣାଟକ : କର୍ଣ୍ଣାଟକରେ ଏଚ୍. ଡି. କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ ଜେଡିଏସ୍-କଂଗ୍ରେସ ମେଣ୍ଟ ସରକାର ଆଜି ଆସ୍ଥା ଭୋଟ୍‌ର ସାମନା କରୁଛନ୍ତି। ଏନେଇ ଗୃହରେ ଆଲୋଚନା ଜାରି ରହିଛି।

ମୁଖ୍ୟମନ୍ତ୍ରୀ ଏଚ୍. ଡି. କୁମାରସ୍ୱାମୀ ପ୍ରସ୍ତାବ ଉପରେ ବିବୃତି ରଖି କହିଛନ୍ତି, ମେଣ୍ଟ ଭାଙ୍ଗିବ କି ସରକାର ରହିବ, ତାହା ବଡ଼ କଥା ନୁହଁ, ହେଲେ ଗଣତନ୍ତ୍ରକୁ ଧ୍ୱଂସ କରିବା ଲାଗି ହୋଇଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିବା ଲାଗି ଗୃହରେ ଆଲୋଚନା ଜରୁରୀ। ତାଛଡ଼ା ତାଙ୍କର ଓ ତାଙ୍କ ମନ୍ତ୍ରୀଙ୍କ ସମ୍ମାନ ଯେପରି ଅକ୍ଷୁର୍ଣ୍ଣ ରହିବ ସେଥିଲାଗି ଗୃହରେ ଆଲୋଚନା ନିହାତି ଆବଶ୍ୟକ ଥିଲା ବୋଲି କୁମାରସ୍ୱାମୀ କହିଛନ୍ତି।

କୁମାରସ୍ୱାମୀଙ୍କ ପରେ ସିଦ୍ଦରମୈୟାଙ୍କ ସମେତ ମେଣ୍ଟର ୨୬ ଜଣ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି। ସମସ୍ତ ବିଧାୟକ ଆସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରିବା ଲାଗି ବିଜେପି ଦାବି କରିଥିବାରୁ, ଆଜି ଭୋଟ୍ ହେବାର ସମ୍ଭାବନା କ୍ଷୀଣ।

ବିଦ୍ରୋହୀ ବିଧାୟକଙ୍କ ସମର୍ଥନ ଉପରେ ନିର୍ଭର କରୁଛି କୁମାରସ୍ୱାମୀ ସରକାର     

କର୍ଣ୍ଣାଟକ ବିଧାନସଭାରେ ସଂଖ୍ୟା ଗଣିତ ଦେଖିଲେ, କୁମାରସ୍ୱାମୀ ସରକାରଙ୍କ ପାଇଁ ଆସ୍ଥା ଭୋଟ ସହଜ ନୁହେଁ। ଦୁଇ ସପ୍ତାହ ମଧ୍ୟରେ ମେଣ୍ଟରୁ ୧୬ ବିଧାୟକ ଇସ୍ତଫା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣ ଜେଡିଏସ୍ ଓ ୧୩ ଜଣ କଂଗ୍ରେସ ବିଧାୟକ।  ୨ ସ୍ୱାଧୀନ ବିଧାୟକ ମଧ୍ୟ ସରକାରରୁ ସମର୍ଥନ ପ୍ରତ୍ୟାହାର କରି ବିଜେପିକୁ ସମର୍ଥନ ଘୋଷଣା କରିଛନ୍ତି।

୧୬ ବିଧାୟକଙ୍କ ବିଦ୍ରୋହ ପରେ ମେଣ୍ଟର ବିଧାୟକ ସଂଖ୍ୟା ୧୦୩କୁ ଖସି ଆସିଛି।  ସେପଟେ ବିଜେପିର ୧୦୫ ବିଧାୟକ ଅଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଦ୍ରୋହୀ ବିଧାୟକ ରାମଲିଙ୍ଗା ରେଡ୍ଡି ସରକାରଙ୍କ ସପକ୍ଷରେ ଭୋଟ୍ ଦେବାକୁ ଘୋଷଣା କରିଛନ୍ତି।

ସେହିପରି ରୋଶନ ବେଗ୍, ଆନନ୍ଦ ସିଂହ ଏବଂ ସୁଧାକର ସରକାରଙ୍କ ସପକ୍ଷରେ ଭୋଟ୍ ଦେବେ ବୋଲି ଆଶା କରାଯାଉଛି। ଏମାନଙ୍କ ସମର୍ଥନ ପରେ ସରକାରଙ୍କ ସପକ୍ଷରେ ୧୦୫ ସଂଖ୍ୟା ରହିବ। ଏଣୁ ବିଜେପିର ଯଦି ୨ ଜଣ ବିଧାୟକ ଅନୁପସ୍ଥିତ ରହନ୍ତି କିମ୍ବା ଭୋଟ୍ ଦେବାରୁ ବିରତ ରହନ୍ତି, ତା ହେଲେ ସରକାର ବଞ୍ଚିଯିବ।

 

ଆହୁରି ପଢ଼ନ୍ତୁ

ପିଲାଦିନ ଫଟୋ ଶେୟାର କରି ତାପସୀ ଶୁଣିଲେ ଏମିତି କମେଣ୍ଟ

ଅଭିନନ୍ଦନଙ୍କୁ ଗିରଫ କରି ନିର୍ଯାତନା ଦେଇଥିବା ପାକ୍‌ ସୁବେଦାର ନିହତ

ରାସ୍ତା ମଝିରେ ଡ୍ରାଇଭର ଓ ସହାୟକଙ୍କୁ ଗାଡ଼ିରୁ ଓହ୍ଲାଇ ପଳାଇଗଲେ ଚିଦାମ୍ବରମ

ଏମିତି ବଦଳି ଯାଏ ସମୟ: ସେଦିନ ଅମିତ ଶାହ ଗିରଫ ବେଳେ ଗୃହମନ୍ତ୍ରୀ ଥିଲେ ଚିଦାମ୍ବରମ ଆଉ ଆଜି…

ଆପଲ୍‌ କମ୍ପାନୀ ସିଇଓଙ୍କ ଟ୍ୱିଟରରେ ଭାରତୀୟ ଫଟୋଗ୍ରାଫରଙ୍କ ଫଟୋ, ଦେଲା କିଛି ନୂଆ କାହାଣୀ…

କାଶ୍ମୀର ପ୍ରସଙ୍ଗ ଧରି ପାକିସ୍ତାନ ଯୁଆଡେ ଗଲେ ବି ଆମେ ଉଚିତ ଜବାବ ଦେବୁ-ଆକବରୁଦ୍ଦିନ

ବାରମୁଲାରେ ଗୁଳି ବିନିମୟ: ଯବାନ ସହିଦ

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କ ସହ କଥା ହେଲେ ମୋଦି

ମହିଳାଙ୍କୁ ଲାଗିଲା କିଡ୍‌ନୀରେ ଷ୍ଟୋନ୍‌ ହୋଇଛି, ଆଉ ଡାକ୍ତରଖାନାରେ ପହଞ୍ଚିବା ପରେ…

କାଶ୍ମୀର ପ୍ରସଙ୍ଗରେ ପୁଣି ମୁଣ୍ଡ ପୂରାଇଲେ ଟ୍ରମ୍ପ୍‌, ମଧ୍ୟସ୍ଥି ପାଇଁ ଇଚ୍ଛା ପ୍ରକାଶ କଲେ

ଫୋନ୍‌ ସ୍ୱିଚ୍‌ ଅଫ୍‌ କରି କୁଆଡ଼େ ଗଲେ ଚିଦାମ୍ବରମ୍‌; ଖୋଜୁଛନ୍ତି ଇଡି ଓ ସିବିଆଇ

ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ; ବିଶ୍ୱକୋର୍ଟର ଦ୍ୱାରସ୍ଥ ହେବ ପାକିସ୍ତାନ

You might also like