କର୍ଣ୍ଣାଟକ ରାଜନୀତି ; ରାତି ସାରା ବିଧାନସଭାରେ ବିଜେପି ବିଧାୟକଙ୍କ ଧାରଣା

ଆଜି ବହୁମତ ପ୍ରମାଣ ଦେବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

ବେଙ୍ଗାଲୁରୁ : କର୍ଣ୍ଣାଟକ ରାଜନୀତିରେ ଜାରି ରହିଛି ହାଇଡ୍ରାମା। ଆଜି ଦିନ ସାଢ଼େ ଗୋଟାଏ ସୁଦ୍ଧା ଆସ୍ଥା ଭୋଟ କରାଇବାକୁ ରାଜ୍ୟପାଳ ବାଜୁଭାଇ ବାଲା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।

ଗତକାଲି ଆସ୍ଥାଭୋଟ କରାଇବା ପାଇଁ ରାଜ୍ୟପାଳ ଦେଇଥିବା ନିର୍ଦ୍ଦେଶକୁ  ନ ମାନି ବାଚସ୍ପତି ଆଜି ୧୧ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ।  ଗୃହ ମୁଲତବୀ ଘୋଷଣା କରିବା ପରେ ବାଚସ୍ପତିଙ୍କ ନିଷ୍ପତ୍ତିକୁ ତୀବ୍ର ପ୍ରତିବାଦ କରିବା ସହ ଆସ୍ଥା ଭୋଟ ନ ହେବା ଯାଏଁ ଗୃହ ନ ଛାଡ଼ିବାକୁ ବିଜେପି ବିଧାୟକମାନେ ଅଡ଼ି ବସିଥିଲେ। ଗୃହ ଭିତରେ ରାତି ସାରା ଧାରଣା ଦେଇଛନ୍ତି।

ଗତକାଲି ଆସ୍ଥା ଭୋଟ କରାଇବାକୁ ଦାବି କରି ବିଜେପି ବିଧାୟକ ଦଳ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଗତକାଲି ହିଁ ଆସ୍ଥା ଭୋଟ କରାଇବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟପାଳଙ୍କ ନିର୍ଦ୍ଦେଶ ପରେ ଗୃହରେ ହଟ୍ଟଗୋଳ କରିଥିଲେ କଂଗ୍ରେସ ଓ ଜେଡିଏସ୍ ବିଧାୟକ। ଏହା ସହିତ ମେଣ୍ଟ ସରକାର ଭାଙ୍ଗିବା ପାଇଁ କଂଗ୍ରେସ ବିଧାୟକ ଶ୍ରୀମନ୍ତ ପାଟିଲ୍‌ଙ୍କୁ ଅପହରଣ କରି ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଅଭିଯୋଗ କରିଥିଲେ ବରିଷ୍ଠ ବିଧାୟକ ଡି କେ ଶିବକୁମାର। ପାଟିଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବାର ଫଟୋ ଗୃହରେ ଦେଖାଇଥିଲେ। ଆଜି ଗୃହରେ କଣ ହେବ, ତା ଉପରେ ସାରା ଦେଶର ନଜର ରହିଛି।

ଆହୁରି ପଢ଼ନ୍ତୁ

ସିଏଏ ଆଇନ୍‌ ବିରୋଧ ହିଂସା: ପଶ୍ଚିମବଙ୍ଗରେ ୫ ସ୍ଥାନର ଇଣ୍ଟରନେଟ୍ ସେବା ବନ୍ଦ

‘ମିସ୍‌ ୱାର୍ଲଡ’ ମୁକୁଟ; ତୃତୀୟ ସ୍ଥାନରେ ଭାରତୀୟ ସୁନ୍ଦରୀ ସୁମନ୍‌

ଭାଗ୍ୟ ବଦଳାଇଲା ପିଆଜ; ଋଣଗ୍ରସ୍ତ ଚାଷୀ ଏବେ କୋଟିପତି

ଦିଲ୍ଲୀ ମେଟ୍ରୋରେ ଚାକିରି କରିବାକୁ ଚାହୁଁଛନ୍ତି ? ତୁରନ୍ତ କରନ୍ତୁ ଆବେଦନ…

କମିଲା ରିଲାଏନ୍ସ ଜିଓ ଫାଇବରର ନେଟ୍‌ ସ୍ପିଡ୍

ସହିଦ ବାପାଙ୍କ ପ୍ରତିମୂର୍ତ୍ତିକୁ ଜୀବିତ ଭାବି ଚୁମ୍ବନ ଦେଲା କୁନି ଝିଅ

ପିଆଜ ପରେ ବଢ଼ିଲା କ୍ଷୀର ଦର; କେତେ ହେଲା ଜାଣନ୍ତୁ

୫୦୦ ମିଟର ତଳକୁ ଖସିଲା ବସ୍; ୧୨ ମୃତ, ଅନେକ ଆହତ

ଶସ୍ତା ହେଲା ସାମସଙ୍ଗ୍‌ର ଏହି ଫୋନ୍‌

ପାହାଚ ଚଢିବା ବେଳେ ପଡ଼ିଗଲେ ମୋଦି

ବିନା ଟଙ୍କାରେ ଏମିତି ବୁକ୍‌ କରନ୍ତୁ ଟ୍ରେନ୍‌ ଟିକେଟ୍‌

ସିଏଏକୁ ବିରୋଧ: ୫ ଟ୍ରେନ୍‌ ଜାଳିଦେଲେ ବିକ୍ଷୋଭକାରୀ

You might also like