ପ୍ରବାସୀ ଶ୍ରମିକଙ୍କୁ ଛାଡ଼ିବାକୁ ମନାକଲା କର୍ଣ୍ଣାଟକା: ଟ୍ରେନ୍‌ ବାତିଲ୍

ବେଙ୍ଗାଲୁରୁ: ଲକ୍‌ଡାଉନ ଯୋଗୁ କର୍ଣ୍ଣାଟକରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ଛାଡ଼ିବାକୁ ମନାକଲା କର୍ଣ୍ଣାଟକା। ଏନେଇ ଉଦିଷ୍ଟ ସ୍ୱତନ୍ତ୍ର ଟ୍ରେନ୍‌କୁ ବାତିଲ୍ କରିଛି କର୍ଣ୍ଣାଟକର ୟେଦୁରପ୍ପା ସରକାର। ରାଜ୍ୟରେ ନିର୍ମାଣ କାମ ପୁଣିଥରେ ଆରମ୍ଭ ହୋଇଥିବା ଦର୍ଶାଇ ଶ୍ରମିକଙ୍କୁ ଛାଡ଼ିବାକୁ ମନା କରିଛି କର୍ଣ୍ଣାଟକା। ଫଳରେ ଘରକୁ ଫେରିବାକୁ ଆଶା ରଖିଥିବା ପ୍ରବାସୀଙ୍କ ଆଶା ଆଶାରେ ରହିଯାଇଛି।

ଅନେକ ପ୍ରବାସୀ ଶ୍ରମିକ ଘରକୁ ଫେରିଗଲେଣି। ତେବେ ବର୍ତ୍ତମାନ ରାଜ୍ୟ ନିର୍ମାଣ କାମ ଆରମ୍ଭ ହୋଇଯାଇଥିବାରୁ ସେମାନଙ୍କର ଆବଶ୍ୟକତା ଅଛି ବୋଲି ସରକାର କହିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ୟୁଦୁରପ୍ପା କହିଛନ୍ତି, “ ଆମେ ପାଖାପାଖି ୩୫୦୦ ବସ୍‌ ଏବଂ ଟ୍ରେନ୍‌ ଯୋଗେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଛାଡ଼ି ସାରିଲୁଣୁ। ତେଣୁ ବର୍ତ୍ତମାନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଥିବାରୁ ପ୍ରବାସୀ ଶ୍ରମିକଙ୍କୁ ଅଟକି ଯିବାକୁ ମୁଁ ନିବେଦନ କରୁଛି। ” ବୋଲି ୟଦୁରପ୍ପା କହିଛନ୍ତି।

ତେବେ ଏହି ନିଷ୍ପତ୍ତିକୁ ବିରୋଧ କରିଛି କଂଗ୍ରେସ। ସରକାର ଶ୍ରମିକମାନଙ୍କୁ ବନ୍ଦି କରି ରଖିଥିଲେ। କିନ୍ତୁ ସେମାନେ ବନ୍ଦି ଶ୍ରମିକ ନୁହେଁ ବୋଲି ଦର୍ଶାଉ ଥିଲେ ବୋଲି କହିଛନ୍ତି କଂଗ୍ରେସ।

ଏହି ସପ୍ତାହରେ ପ୍ରବାସୀ ଶ୍ରମିକଙ୍କୁ ଆଣିବା ପାଇଁ ଦଶଟି ସ୍ୱତନ୍ତ୍ର ଟ୍ରେନ୍‌ ବେଙ୍ଗାଲୁରରୁ ବିଭିନ୍ନ ଉତ୍ତରାଞ୍ଚଳ ରାଜ୍ୟକୁ ଚାଲିବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ରାଜ୍ୟସରକାର ଏହି ସମସ୍ତ ଟ୍ରେନ୍‌କୁ ବାତିଲ କରିବାକୁ ରେଳବାଇକୁ ଅନୁରୋଧ କରିଛନ୍ତି।

ପଶ୍ଚିମବଙ୍ଗ, ବିହାର, ଉତ୍ତର ପ୍ରଦେଶର ଲକ୍ଷ ଲକ୍ଷ ଶ୍ରମିକ କର୍ଣ୍ଣାଟକାରେ କାର୍ଯ୍ୟ କରୁଛନ୍ତି। ସେମାନେ ସମସ୍ତେ ଘରକୁ ଫେରିବାକୁ ଚାହୁଁଛନ୍ତି। ତନ୍ମଧ୍ୟରୁ ଅନେକ ଚାଲିଚାଲି ଘରକୁ ଫେରିବାକୁ ଚେଷ୍ଟା କରିଥିଲେ। ହେଲେ ସମସ୍ତେ ଘରକୁ ଫେରିପାରି ନାହାନ୍ତି।

ଏହାକୁ ଟାର୍ଗେଟ୍ କରି କଂଗ୍ରେସ ନେତା ସିଦ୍ଧରମୟା ଏକ ଟ୍ୱିଟ୍ କରିଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକରେ ଶ୍ରମିକମାନେ ଘରକୁ ଫେରୁଥିବା ବେଳେ କର୍ଣ୍ଣାଟକା ସରକାର ପ୍ରବାସୀ ଶ୍ରମିକଙ୍କୁ ବାଧ୍ୟକରି ଅଟକ ରଖୁଛନ୍ତି ବୋଲି ଟ୍ୱିଟ୍ କରିଛନ୍ତି ସିଦ୍ଧରମୟା।

ସେହିପରି ବରିଷ୍ଠ କଂଗ୍ରେସ ନେତା ଡି.କେ ଶିବକୁମାର କହିଛନ୍ତି, ଆମେ ଏମାନଙ୍କୁ ବନ୍ଦି କରି ରଖିପାରିବା ନାହିଁ। ସେମାନଙ୍କୁ ସାହସ ଯୋଗାଇଦେବା ଦରକାର। ସରକାର ଓ ବିଲ୍‌ଡର ସେମାନଙ୍କୁ ପ୍ରୋତ୍ସାହନ ଦେବା ଦରକାର ବୋଲି ଶିବକୁମାର କହିଛନ୍ତି।

 

ଆହୁରି ପଢ଼ନ୍ତୁ

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

Corona Deaths in Odisha: ୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୪,୧୮୦ କରୋନା ଆକ୍ରାନ୍ତ‌ ଚିହ୍ନଟ: ଖୋର୍ଦ୍ଧାରୁ ୬୮୮, କଟକରୁ ୪୯୨

ପୁରୀରେ ଚିନ୍ତା ବଢ଼ାଉଛି କରୋନା: ୮ ଦିନରେ ଦୁଇଗୁଣା ହେଲା ମୃତ୍ୟୁ ସଂଖ୍ୟା

ଟ୍ୱିନ୍‌ସିଟିରେ ଆକ୍ସନ ମୋଡ୍‌ରେ ପୋଲିସ୍: ସାବାଡ୍‌ ହେଉଛନ୍ତି କୋଭିଡ୍ ନିୟମ ଉଲ୍ଲଂଘନକାରୀ

ଓଡ଼ିଶାରେ ଅତି ଭୟଙ୍କର ହେଲାଣି ଗୋଷ୍ଠୀ ସଂକ୍ରମଣ

ରାଜ୍ୟରେ ହଜାରେ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା

ଦିନକରେ ସୁସ୍ଥ ହେଲେ ୩୬୦୭ କରୋନା ଆକ୍ରାନ୍ତ

କଟକ ବଡ଼ ମେଡିକାଲ କୋଭିଡ୍ ଓ୍ୱାର୍ଡର ଅବ୍ୟବସ୍ଥାର ଭିଡିଓ ଭାଇରାଲ

ରାଜ୍ୟରେ ଆଉ ଜଣେ ବିଧାୟକ କରୋନାରେ ଆକ୍ରାନ୍ତ

‘ଭୟଙ୍କର ସ୍ଥିତିରେ ଟ୍ଵିନ ସିଟି, ଅଯୋଗ୍ୟ ଅଫିସରଙ୍କ ହାତରେ ରହିଛି କୋଭିଡ ଦାୟିତ୍ଵ’

ଆସନ୍ତାବର୍ଷ ଆରମ୍ଭରୁ ମିଳିବ କରୋନା ଭ୍ୟାକସିନ୍!

You might also like