କର୍ଣ୍ଣାଟକ ହାଇଡ୍ରାମା ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

କର୍ଣ୍ଣାଟକ  : କର୍ଣ୍ଣାଟକ ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ଏବେ ବାଚସ୍ପତିଙ୍କ ଉପରେ ନଜର। ଆଜି ଶୁଣାଣିରେ ବାଚସ୍ପତିଙ୍କୁ ଭେଟି ଇସ୍ତଫା ଦେବାକୁ ୧୦ ବିଦ୍ରୋହୀ ବିଧାୟକଙ୍କୁ କହିଥିଲେ କୋର୍ଟ। ଆଉ କିଛି ସମୟ ପରେ ଇସ୍ତଫା ଦେଇଥିବା ବିଧାୟକ ବାଚସ୍ପତିଙ୍କୁ ଭେଟିପାରନ୍ତି।

ପୂର୍ବରୁ ଏହି ମାମଲାରେ  ଇସ୍ତଫା ଦେଇଥିବା କଂଗ୍ରେସ ଓ ଜେଡିଏସ୍‌ର ୧୦ ବିଧାୟକଙ୍କୁ ସଂଧ୍ୟା ୬ଟାରେ ବାଚସ୍ପତିଙ୍କୁ ଭେଟିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମ୍‌କୋର୍ଟ। ଅନ୍ୟପକ୍ଷରେ ବାଚସ୍ପତି ଏହି ବିଧାୟକଙ୍କ ଇସ୍ତଫା ଉପରେ ଆଜି ସୁଦ୍ଧା ନିଷ୍ପତ୍ତି ନେଇ ସେ ସଂପର୍କରେ କୋର୍ଟକୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ବିଦ୍ରୋହୀ ବିଧାୟକମାନଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇ ଦେବାକୁ କର୍ଣ୍ଣାଟକ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ଆସନ୍ତାକାଲି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଉଭୟ କଂଗ୍ରେସ ଓ ଜେଡିଏସର ଇସ୍ତଫା ଦେଇଥିବା ୧୦ ଜଣ ବିଧାୟକ ସର୍ବୋଚ୍ଚ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନଙ୍କ ଇସ୍ତଫା ମଂଜୁର କରିବାରେ ବାଚସ୍ପତି ଜାଣିଶୁଣି ବିଳମ୍ବ କରିବା ସହ ନିଜ ସାମ୍ବିଧାନିକ ଦାୟିତ୍ୱ ଠିକ୍ ଭାବେ ତୁଲାଉ ନଥିବା ବିଧାୟକମାନେ ଅଭିଯୋଗରେ ଦର୍ଶାଇଥିଲେ।

ସୁପ୍ରିମକୋର୍ଟଙ୍କ  ନିର୍ଦ୍ଦେଶ ପରେ ଏବେ ବାଚସ୍ପତି କଣ ନିଷ୍ପତ୍ତି ନେଉଛନ୍ତି ତା ଉପରେ ନଜର। ସେପଟେ ବିଦ୍ରୋହୀ ବିଧାୟକଙ୍କୁ ମନାଇବା ପାଇଁ କଂଗ୍ରେସ ପ୍ରୟାସ ଜାରି ରଖିଛି।

ଆହୁରି ପଢ଼ନ୍ତୁ

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ୱଭୂଷଣ ହରିଚନ୍ଦନ

କର୍ଣ୍ଣାଟକ ରାଜନୀତି: ସରକାର ଗଠନ ପାଇଁ ସଜ ହେଉଛି ବିଜେପି

ଜାଲ୍‌ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାର ଦୁଇଟି ଶିକ୍ଷାନୁଷ୍ଠାନ

ସରିଲା ସ୍ୱାମୀ ସରକାର

ଅଫିସରେ ମୋଦିଙ୍କ ସହ ଏଇ ଛୋଟ ଛୁଆ କିଏ ?

ଟ୍ରମ୍ପଙ୍କ ମଧ୍ୟସ୍ଥତାରେ କଶ୍ମୀର ବିବାଦର ସମାଧାନ ଚାହୁଁଛନ୍ତି ଇମ୍ରାନ

ଲୋକସଭାରେ ପାରିତ ହେଲା ସୂଚନା ଅଧିକାର ଆଇନ ୨୦୧୯

ଜହ୍ନକୁ ଯାଇ କ’ଣ ଖୋଜିବ ଚନ୍ଦ୍ରଯାନ-୨

ସାମ୍ନାକୁ ଆସିଲା ବଡ଼ ଖୁଲାସା: ଧାରା ୩୭୭ ବିରୋଧରେ ଲଢ଼ୁଥିବା ଓକିଲ ମହିଳା ଦମ୍ପତି

ସେନାରେ ଯୋଗଦେଲେ ସହିଦ ଔରଙ୍ଗଜେବଙ୍କ ଦୁଇ ଭାଇ, କହିଲେ ଭାଇ ମୃତ୍ୟୁର ପ୍ରତିଶୋଧ ନେବୁ

କଶ୍ମୀର ମାମଲାରେ ଟ୍ରମ୍ପଙ୍କ ବୟାନକୁ ଭାରତର ଖଣ୍ଡନ

କମିଛି ମୌସୁମୀ ବର୍ଷା; ଓଡ଼ିଶାରେ ସ୍ୱାଭାବିକ ଠାରୁ ୩୧ ପ୍ରତିଶତ କମ୍ ବର୍ଷା

You might also like