ସୁପ୍ରିମକୋର୍ଟରେ କର୍ଣ୍ଣାଟକ ମାମଲାର ଶୁଣାଣି ଆରମ୍ଭ

ବେଙ୍ଗାଲୁରୁ: ସୁପ୍ରିମକୋର୍ଟରେ କର୍ଣ୍ଣାଟକ ରାଜନୈତିକ ସଙ୍କଟ ମାମଲା ଏବଂ କର୍ଣ୍ଣାଟକ କଂଗ୍ରେସର ବିଦ୍ରୋହୀ ବିଧାୟକଙ୍କ ଆବେଦନ ଉପରେ ଶୁଣାଣି ଆରମ୍ଭ ହୋଇଛି।

ବାଚସ୍ପତି ତୁରନ୍ତ ଇସ୍ତଫା ମଂଜୁର କରନ୍ତୁ ବୋଲି ଦାବି କରି ବିଦ୍ରୋହୀ ବିଧାୟକମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଅନ୍ୟପଟେ ଗୁରୁବାର କର୍ଣ୍ଣାଟକ ସରକାରଙ୍କ ଭାଗ୍ୟ ପରୀକ୍ଷା ହେବ। କ୍ଷମତାସୀନ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ଦେବ ଫ୍ଲୋର୍ ଟେଷ୍ଟ।

ଏ ନେଇ ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ପାଖରେ ସଂଖ୍ୟା ନଥିବା ଅଭିଯୋଗ କରି ମଙ୍ଗଳବାର ବିଜେପି ଅନାସ୍ଥା ପ୍ରସ୍ତାବ ଆଣିଥିଲା। ତେବେ ଗୁରୁବାର ୧୮ ତାରିଖରେ ବହୁମତର ପ୍ରମାଣ କୁମାରସ୍ୱାମୀ ଦେବେ ବୋଲି ସ୍ଥିର ହୋଇଛି।

କଂଗ୍ରେସ-ଜେଡିଏସ୍‌ ୧୬ ବିଧାୟକ ଇସ୍ତଫା ଦେବା ପରେ ସଂକଟରେ କର୍ଣ୍ଣାଟକର କଂଗ୍ରେସ-ଜେଡିଏସ୍ ମେଣ୍ଟରେ ସଙ୍କଟ ଦେଖାଦେଇଛି। ସରକାର ବଞ୍ଚାଇବାକୁ ନିଜ ବିଧାୟକଙ୍କୁ ମନାଇବାକୁ ଚେଷ୍ଟା କରୁଛି କଂଗ୍ରେସ। ସେପଟେ ବିଜେପି କହିଛି ଆଉ ଦୁଇ ଦିନ ପରେ କୁମାରସ୍ୱାମୀ ସରକାରରୁ ଯିବା ନିଶ୍ଚିତ ହୋଇସାରିଛି।

You might also like