ଫଟୋଗ୍ରାଫରଙ୍କ ୭୧ଲକ୍ଷ ଟଙ୍କାର କ୍ୟାମେରା ଆକୃତିର ଘର
ନୂଆଦିଲ୍ଲୀ: ଦୁନିଆରେ କିଛି ଲୋକ ନିଜର ପ୍ରଫେସନାଲ କ୍ୟାରିଅରକୁ ନେଇ ଚିନ୍ତାରେ ଥାନ୍ତି। କେଉଁଭଳି ବର୍ତ୍ତମାନର ପ୍ରଫେସନକୁ ଛାଡ଼ି ଅନ୍ୟ ଏକ ପ୍ରଫେସନ ଆପଣାଇବେ ସେଥିପାଇଁ ଅସ୍ତବ୍ୟସ୍ତ ହୋଇଥାନ୍ତି। ଆଉ କିଛି ଲୋକ ନିଜ କାମକୁ ନେଇ ଖୁସିରେ ଥାନ୍ତି। ସେମାନେ ନିଜ କାମକୁ ଏତେ ଭଲ ପାଆନ୍ତି ଯେ କିଛି ନା କିଛି ଅଜବ କରିବସନ୍ତି। ଏମିତି ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
Ravi Hongal a #photographer from Belgaum in #Karnataka built a camera-shaped home. And that's not all,he has even named his three sons, #Canon, #Nikon and #Epson. Anything for the love of #photography !
📸: Internet @NikonIndia @adityadickysin @agacorbett @anandmahindra pic.twitter.com/GH5VLrJcPg— Vaibhav Singh,IFS (@VaibhavSinghIFS) July 13, 2020
ଏହି ଫଟୋଟି କର୍ଣ୍ଣାଟକର ବେଲଗମ ଅଞ୍ଚଳର। ଫଟୋଟିରେ ଏକ କ୍ୟାମେରା ଆକୃତିର ଘର ଦେଖିବାକୁ ମିଳିଛି। ଏହି ଘରଟି ଜଣେ ଫଟୋଗ୍ରାଫରଙ୍କର ବୋଲି ଜାଣାପଡ଼ିଛି। ବେଲଗମର ରବି ହୋଙ୍ଗଲ ପେସାରେ ଜଣେ ଫଟୋଗ୍ରାଫର। ସେ ପିଲାବେଳୁ ଫଟୋ ଉଠାଇବାକୁ ଭଲ ପାଆନ୍ତି ଏବଂ ଆଖପାଖ ଗ୍ରାମାଞ୍ଚଳକୁ ଯାଇ ଫଟୋ ଉଠାନ୍ତି।
A camera-obsessed photographer from India builds a camera-shaped house! 49-year-old Ravi Hongal has spent over $95,000 building the 3-story house, which looks like a camera in the town of Belgaum in India. pic.twitter.com/uzqThg7dCj
— Nirmal Kumar Ganguly (@NirmalGanguly) July 13, 2020
ସେ କେବଳ କ୍ୟାମେରା ଆକୃତିର ଘର ତିଆରି କରିନାହାନ୍ତି, ବରଂ ସେ ନିଜ ପୁଅମାନଙ୍କର ନାମ ମଧ୍ୟ ବିଶ୍ୱର ବଡ଼ ବଡ଼ ନାମୀ କ୍ୟାମେରା କମ୍ପାନୀ ଯଥା କ୍ୟାନନ୍, ନିକନ ଏବଂ ଇପସନ୍ ବୋଲି ରଖିଛନ୍ତି।
ଟ୍ୱିଟରରେ ଦିଆଯାଇଥିବା ସୂଚନା ମୁତାବକ, ରବି ଉକ୍ତ ଘରଟି ତିଆରି କରିବା ପାଇଁ ପାଖାପାଖି ୯୫ ହଜାର ୟୁଏସ ଡଲାର ବା ୭୧ଲକ୍ଷ ୬୩ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ଘରଟିରେ ତିନୋଟି ଫ୍ଲୋର ରହିଛି। ଏହାର ନାମ ସେ କ୍ୟାନନ, ନିକନ ଏବଂ ଇପସନ୍ ରଖିଛନ୍ତି।