କର୍ଣ୍ଣାଟକ ରାଜନୀତି: ଗୁରୁବାର ହେବ ଆସ୍ଥା ଭୋଟ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ଅସ୍ଥିରତା ଏବେ ବି ଲାଗି ରହିଛି। ଆସନ୍ତା ଗୁରୁବାର ୧୧ଟାରେ ଆସ୍ଥା ଭୋଟ ହେବ ବୋଲି କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୟା ସୂଚନା ଦେଇଛନ୍ତି।

ଗତ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀ ସରକାରଙ୍କ ବହୁମତ ସାବ୍ୟସ୍ତ କରିବା ପାଇଁ ଆସ୍ଥା ଭୋଟ ନିବେଦନ କରିଥିଲେ। ସେପଟେ ବିରୋଧୀ ବିଜେପି ମଧ୍ୟ ବାଚସ୍ପତିଙ୍କୁ ଭେଟିଥିଲେ।

ବିଜେପିର ସମସ୍ତ ୧୦୫ ବିଧାୟକ ବିଧାନସଭା ପହଞ୍ଚିଥିଲେ ଏବଂ ଏକ ସ୍ୱତନ୍ତ୍ର ବସ୍ ଯୋଗେ ରାଜ୍ୟ ବିଜେପି ମୁଖ୍ୟ ବିଏସ୍ ୟେଦୁରପ୍ପା ଏମାନଙ୍କୁ ବିଧାନସଭା ଆଣିଥିଲେ। ଗତକାଲି ଅନ୍ୟ ୫ ଜଣ ବିଧାୟକ ନିଜ ଇସ୍ତଫା ପତ୍ରର ଶୁଣାଣି ନେଇ ସୁପ୍ରିମକୋର୍ଟ ପହଞ୍ଚିଛନ୍ତି। ଯାହାର ଶୁଣାଣି ଆସନ୍ତାକାଲିକୁ ଅଦାଲତ ଧାର୍ଯ୍ୟ କରିଛନ୍ତି।

You might also like