ବିପଦ ବେଳରେ ପ୍ରକୃତ ବନ୍ଧୁର ପରିଚୟ ଦେଲା ବନ ବିଭାଗ, ବିପଦରୁ ହାତୀ ଛୁଆକୁ ଉଦ୍ଧାର କଲା..

କର୍ଣ୍ଣାଟକ: ବିପଦ ବେଳର ପ୍ରକୃତ ବନ୍ଧୁର ପରିଚୟ ଦେଇ ଗଜରାଜଙ୍କୁ ଉଦ୍ଧାର କରିଛନ୍ତି ବନ ବିଭାଗ କର୍ମଚାରୀ । କର୍ଣ୍ଣାଟକ କୁର୍ଗରେ ଏକ ଖାଲରେ ଖସି ପଡ଼ି ଆଘାତ ପାଇଥିବା ହାତୀକୁ ଜେସିବି ସାହାଯ୍ୟରେ ଉଦ୍ଧାର କରାଯାଇଛି । ଅପରେସନ୍ ଏଲିଫ୍ୟାଣ୍ଟ ରେସ୍ୟୁ ସଫଳ ହୋଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।

ଖାଲରେ ପଡ଼ିଯାଇଥିବା ଏକ ହାତୀ ଉପରକୁ ଉଠିବା ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ କରି ବିଫଳ ହୋଇଥିଲା । ଆଉ ଏହି ସମୟରେ ବନ ବିଭାଗ କର୍ମଚାରୀମାନେ ତୁରନ୍ତ ଏକ ଜେସିବି ଆଣି ହାତୀକୁ ଉଦ୍ଧାର କରିଥିଲା । ଜେସିବି ହାତୀକୁ ଠେଲି ଠେଲି ଖାଲରୁ ଉପରକୁ ଉଠିବାରେ ସାହାଯ୍ୟ କରିଥିଲା ।

ହେଲେ ଭିଡିଓରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ, ହାତୀଟି ଉପରକୁ ତ ଉଠିଗଲା ହେଲେ ସେ ସମୟରେ ଏତେ ବିଚଳିତ ହୋଇଗଲା ଯେ, ଜେସିବି ଉପରେ ରାଗ ସୁଝାଇବାକୁ ମାଡ଼ି ଆସିଲା । ବାରମ୍ବାର ହାତୀ ନିଜ ଶୁଣ୍ଢରେ ଜେସିବି ଉପରେ ଆକ୍ରମଣ କରି ରାଗ ସୁଝେଇବାକୁ ଲାଗିଲା । ଏହା ପରେ ବନ ବିଭାଗ କର୍ମଚାରୀ ହାତୀକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ । ଏଥିରେ ବନ ବିଭାଗ କର୍ମଚାରୀ ସଫଳ ହେବା ସହ ହାତୀକୁ ଘଉଡ଼ାଇ ଜଙ୍ଗଲକୁ ପଠାଇଦେଇଥିଲେ ।

ସେହିଭଳି ଆଠଗଡ଼ ବନଖଣ୍ଡ ଅଞ୍ଚଳରୁ ପଙ୍କରୁ ଉଦ୍ଧାର ହେଲେ ଦନ୍ତା । ଦୀର୍ଘ ସମୟର ଉଦ୍ୟମ ପରେ ପଙ୍କ ଭର୍ତ୍ତି ଖାଲରୁ ବାହାରିଛନ୍ତି ଦୁଇଟି ଦନ୍ତାହାତୀ । କଟକ ଆଠଗଡ଼ ରେଞ୍ଜ ତିଗିରିଆ ବନାଞ୍ଚଳ ଭେଜିଆ ଗାଁ ନିକଟରେ ଦନ୍ତା ହାତୀ ଦୁଇଟି ଖାଲରେ ପଡ଼ିଯାଇଥିଲେ । ଗତ ରାତିରୁ ହାତୀ ଦୁଇଟି ପଡ଼ିଥିବା ବେଳେ ସକାଳୁ ଗ୍ରାମବାସୀମାନେ ଦେଖିଥିଲେ । ପରେ ସ୍ଥାନୀୟ ଲୋକେ ହାତୀ ଦୁଇଟିଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ । ବହୁ ସମୟର ଉଦ୍ୟମ ପରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ହିଁ ଗ୍ରାମବାସୀମାନେ ହାତୀ ଦୁଇଟିଙ୍କୁ ଉଦ୍ଧାର କରିଥିଲେ ।

Athagarh Elephant rescued

ଅନ୍ୟପଟେ ଓଡ଼ିଶାରରେ ଖୋର୍ଦ୍ଧା ନିକଟରୁ କିଛି ଦିନ ପୂର୍ବରୁ ୪ଟି ଭାଲୁ ଛୁଆଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ହୋଇଥିବା ୫ ଭାଲୁ ଛୁଆଙ୍କୁ ଏବେ ନନ୍ଦନକାନନରେ ଲାଳନ ପାଳନ କରାଯାଉଛି । ନନ୍ଦନକାନନ କର୍ତ୍ତୃପକ୍ଷ ଏହାର ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ଭାଲୁ ଛୁଆମାନେ ଗଛରେ ଖେଳୁଥିବା ଦେଖିବାକୁ ମିଳିଛି । ରାଜଧାନୀ ନିକଟ ଗଙ୍ଗପଡ଼ା ଟୋଲ୍ ଗେଟ୍ ପାଖ କାଜୁ ଜଙ୍ଗଲରୁ ୫ଟି ଭାଲୁ ଛୁଆଙ୍କୁ ଉଦ୍ଧାର କରାଯାଇଥିଲା । ଏମାନଙ୍କ ବୟସ ୪ରୁ ୫ ମାସ ହେବ ।

You might also like