ଗଭୀର ସମୁଦ୍ରରୁ ବାହାରିଲା ବିଚିତ୍ର ଜୀବ

କର୍ଣ୍ଣାଟକା: ସୁବାସ ସାଲିନ୍‌ ଜଣେ କର୍ଣ୍ଣାଟକା ବାସିନ୍ଦା। ସେ ଗଭୀର ସମୁଦ୍ରରୁ ମାଛଧରି ପରିବାର ପୋଷଣ କରନ୍ତି। ସେ ମାଛ ଧରିବା ପାଇଁ ଗତକାଲି ସମୁଦ୍ରକୁ ଯାଇଥିଲେ। ସବୁଦିନ ପରି ସେ ଜାଲ ପକାଇଥିଲେ।

ହେଲେ ଏ କଣ ? ସେ ଜାଲ ଉପରକୁ ଉଠାନ୍ତି ତ ଦେଖିଲେ ଦୁଇଟି ବିରାଟକାୟ ବିଚିତ୍ର ଜୀବ। ଯାହାର ନାମ ମଣ୍ଟା ରେଜ୍। ଏହି ଦୁଇଟି ଜୀବର ଓଜନ ୭୫୦ କେଜି ଏବଂ ୨୫୦ କେଜି।

ପରେ ସୁବାସ ଟ୍ରଲର କୂଳକୁ ନେଇ ଆସିଥିଲେ। ସାଥିରେ ଦୁଇଟି ଯାକ ଜୀବଙ୍କୁ ମଧ୍ୟ ଆଣି ଆସିଲେ। ଏହାପରେ ଏହି ଦୁଇ ଜୀବଙ୍କୁ କ୍ରେନ୍‌ ସାହାର୍ଯ୍ୟରେ ଏକ ଟ୍ରକ୍‌ରେ ଲୋଡ କରି ନିଆଯାଇଥିଲା।

କଣ ଏହି ମଣ୍ଟା ରେଜ୍?

ମଣ୍ଟା ରେଜ୍‌ ହେଉଛି ମାବୁଲା ବଂଶର ଏକ ବୃହତ ଜୀବ। ଏହା ତ୍ରିକୋଣୀୟ ଆକୃତିର। ଏହାର ବକ୍ଷସ୍ଥଳକୁ ଲାଗି ଡେଣା ରହିଛି। ଯାହାଦ୍ୱାରା ସେ ଏତେ ଓଜନ ବିଶିଷ୍ଟ ହୋଇଥିଲେ ମଧ୍ୟ ସହଜରେ ପହଁରିପାରେ।

ଏହି ଜୀବଟି ଗଭୀର ଜଳରେ ରହିଥାଏ। ଏହାର ଡେଣା ଶୃଙ୍ଗ ଆକୃତିର ଏବଂ ଏହା ପ୍ରଶସ୍ତ ମୁଖ ବିଶିଷ୍ଟ। ଆନ୍ତର୍ଜାତିକ ପ୍ରକୃତି ସରକ୍ଷଣ ସଂସ୍ଥା ଏହାକୁ ”ଭୟଙ୍କର ଜୀବ” ବୋଲି ଘୋଷଣା କରିଛି।

You might also like