କରୋନାରେ ମୃତ୍ୟୁ ହୋଇଥିବା ଦେଶର ପ୍ରଥମ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ବି ଏହି ଭାଇରସ୍‌ରେ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନାରେ ମୃତ୍ୟୁ ହୋଇଥିବା ଦେଶର ପ୍ରଥମ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ବି ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଖବର ସରବରାହ ସଂସ୍ଥ ANI ପକ୍ଷରୁ ଏହି ସୂଚନା ମିଳିଛି।

ଏବେ ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିବା ରିପୋର୍ଟ ହୋଇଛି। ତେବେ ସେହି ଡାକ୍ତରଙ୍କୁ ଆଇସୋଲେସନ ୱାର୍ଡକୁ ନିଆଯିବ ବୋଲି ଗୁଲବର୍ଗାରେ ଡେପୁଟି କମିଶନର ସୂଚନା ଦେଇଛନ୍ତି। କର୍ଣ୍ଣାଟକର ଗୁଲବର୍ଗାରେ କରୋନା ସଂକ୍ରମଣରେ ଦେଶର ପ୍ରଥମ ମୃତ୍ୟୁ ହୋଇଥିଲା। ସାଉଦି ଆରବରୁ ଫେରିଥିବା ଜଣେ ୭୬ ବର୍ଷୀୟ ବ୍ୟକ୍ତିଙ୍କ ମାର୍ଚ୍ଚ ୧୨ରେ ମୃତ୍ୟୁ ହୋଇଥିଲା।

You might also like