ରୋଚକ ସ୍ଥିତିରେ କର୍ଣ୍ଣାଟକା ରାଜନୀତି

ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜନୈତିକ ସ୍ଥିତି ଏବେ ରୋଚକ ସ୍ଥିତିରେ ପହଞ୍ଚିଛି। ଆଜି ପୁଣି ଆସ୍ଥା ଭୋଟ୍ ନେଇ ଆଲୋଚନା ହେବା ସମ୍ଭାବନା ରହିଛି। ଅନ୍ୟପଟେ ଆସ୍ଥା ଭୋଟ୍ ନେଇ ସୁପ୍ରିକୋର୍ଟ୍‌ରେ ଫେରାଦ୍‌ ହୋଇଥିବା ବିଦ୍ରୋହୀ ବିଧାୟକଙ୍କ ଅବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଗୃହ କାର୍ଯ୍ୟରେ ସେ ହସ୍ତକ୍ଷେପ କରିବେ ନାହିଁ ବୋଲି ସିଧା ସିଧା ମନା କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ।

ଏଥିସହିତ ତତ୍‌କ୍ଷଣାତ ଭୋଟ୍ କରାଇବା ଲାଗି କୌଣସି ପରିସ୍ଥିତିରେ ବି ବାଚସ୍ପତିଙ୍କୁ କୁହାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଅନ୍ୟପଟେ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ସୁଦ୍ଧା ଆସି ତାଙ୍କୁ ଭେଟିବା ଲାଗି ବିଦ୍ରୋହୀ ବିଧାୟକଙ୍କୁ ସମନ କରିଛନ୍ତି ବାଚସ୍ପତି କେ. ଆର. ରମେଶ। ଆଜି ଭୋଟ୍ ହେବାକୁ ସେ ଗୁରୁତ୍ୱ ଦେବେ ବୋଲି ବାଚସ୍ପତି କହିଛନ୍ତି।

You might also like