କଥା ବଦଳାଇଲା କି କର୍ଣ୍ଣାଟକ: ସମ୍ପୂର୍ଣ୍ଣ ବ୍ୟାନ୍‌ ନୁହେଁ ବରଂ ବିମାନ କମ୍‌ କରିବାକୁ କହିଥିଲୁ

ବେଙ୍ଗାଲୁରୁ: ୫ ରାଜ୍ୟର ଲୋକଙ୍କୁ କର୍ଣ୍ଣାଟକରେ ପ୍ରବେଶ କରିବା ଉପରେ ବ୍ୟାନ୍‌ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ସ୍ପଷ୍ଟୀକରଣ ରଖିଛନ୍ତି କର୍ଣ୍ଣାଟକ ସରକାର। କୌଣସି ବ୍ୟାନ୍ ଲଗାଇଯାଇ ନାହିଁ। ବରଂ ଯାତାୟତ କମ୍ କରିବାକୁ କୁହାଯାଇଥିବା କର୍ଣ୍ଣାଟକ କହିଛି।

ଏ ନେଇ ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରୁ ଆସୁଥିବା ବିମାନ ସଂଖ୍ୟା କମାଇବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଅନୁରୋଧ କରିଛି କର୍ଣ୍ଣାଟକ।

ରାଜ୍ୟକୁ ବିମାନ ଚଳାଚଳ ହ୍ରାସ କରିବାକୁ ପଦକ୍ଷେପ ନେବାକୁ କର୍ଣ୍ଣାଟକ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ନିବେଦନ କରିଛି। ଅଳ୍ପ ସମୟ ମଧ୍ୟରେ ଏତେ ସଂଖ୍ୟକ ଲୋକଙ୍କ ପାଇଁ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ କ୍ୱାରେଣ୍ଟିନ ବ୍ୟବସ୍ଥା ନଥିବାରୁ କୌଣସି ମନ୍ଦ ଉଦ୍ଦେଶ୍ୟ ନରଖି କର୍ଣ୍ଣାଟକ ସରକାର ଏପରି ନିବେଦନ କରିଛନ୍ତି ବୋଲି ରାଜ୍ୟ ଆଇନ୍‌ ମନ୍ତ୍ରୀ ଜେସି ମଧୁ କହିଛନ୍ତି।

ତେବେ କେବଳ ବିମାନ ଯାତ୍ରୀଙ୍କ ପାଇଁ ନୁହେଁ, ସଡ଼କ ପଥ ଦେଇ ଆସୁଥିବା ପ୍ରବାସୀମାନଙ୍କ ପାଇଁ ସମାନ କଟକଣ ରହିଛି ବୋଲି ମଧୁ କହିଛନ୍ତି।

ରାଜ୍ୟରେ କରୋନା ସଂଖ୍ୟା ହଠାତ ବଢ଼ିବା ପରେ ସନ୍ଧ୍ୟାରେ କ୍ୟାବିନେଟ୍ ବୈଠକ ବସିଥିଲା। ଏହି ବୈଠକ ପରେ ଆଇନ୍‌ ମନ୍ତ୍ରୀ ଜେସି ମଧୁ କହିଥିଲେ, ମହାରାଷ୍ଟ୍ର,ଗୁଜରାଟ, ତାମିଲନାଡୁ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରୁ ଯେମିତି କୌଣସି ସଂକ୍ରମିତ ବ୍ୟକ୍ତି ନ ଆସନ୍ତି ସେଥିପ୍ରତି ସତର୍କ ରହିବାକୁ ପଡ଼ିବ। ଏହି ୫ ରାଜ୍ୟରୁ ଅନ୍ତତଃପକ୍ଷେ ୧୦ରୁ ୧୫ ଦିନ ପର୍ଯ୍ୟନ୍ତ ଯେମିତି ପ୍ରବାସୀ ନ ଆସିବେ ସେଥିପ୍ରତି ଲକ୍ଷ ରଖିବାକୁ ହେବ। କାରଣ ଆମ ଉପରେ ବହୁତ ବଢ଼ିଗଲାଣି। ବାହାରୁ ଆସୁଥିବା ଲୋକମାନଙ୍କ ପାଇଁ କ୍ୱାରେଣ୍ଟିନ୍‌ ବ୍ୟବସ୍ଥା କରିବାରେ ସମସ୍ୟା ଉପୁଜିବ। ସେମାନଙ୍କ ଦୁଇଥର ଲେଖାଏ ଟେଷ୍ଟ କରିବାକୁ ପଡ଼ିବ। ଏଥିପାଇଁ ଅନେକ ସମୟ ଲାଗିବ। ଏତେ ସମୟ ପାଇଁ ଆମ ପାଖରେ ବ୍ୟବସ୍ଥା ନାହିଁ। ତେଣୁ ଏହିଲୋକମାନଙ୍କୁ ସେତେବେଳ ପର୍ଯ୍ୟନ୍ତ କଟକଣାରେ ରଖିବାକୁ ପଡ଼ିବ ବୋଲି ମଧୁ କହିଛନ୍ତି।

 

You might also like