କର୍ଣ୍ଣାଟକ ରାଜନୀତି: ସରକାର ଗଠନ ପାଇଁ ସଜ ହେଉଛି ବିଜେପି

ବାଙ୍ଗାଲୋର: ଶେଷରେ କର୍ଣ୍ଣାଟକରେ ଭାଙ୍ଗିଲା ମେଣ୍ଟ ସରକାର। ଏବେ ସରକାର ଗଠନ ଲାଗି ବିଜେପି ଆରମ୍ଭ କରି ଦେଇଛି ସଜବାଜ। ଆଜି ବସିବ ବିଜେପି ବିଧାୟକ ଦଳ ବୈଠକ ।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳର ପର୍ଯ୍ୟବେକ୍ଷକ ଆଜି ବେଙ୍ଗାଲୁରୁ ଯିବେ ଏବଂ ବିଧାୟକ ଦଳ ବୈଠକରେ ସାମିଲ ହେବେ । ବୈଠକରେ ବି.ଏସ୍. ୟେଦୁରପ୍ପାଙ୍କୁ ନେତା ଭାବେ ବଛାଯିବ । ୨୬ ତାରିଖ ଶୁକ୍ରବାର ଦିନ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ।

ଗତକାଲି ଆସ୍ଥା ଭୋଟରେ ହାରିବା ପରେ ଇସ୍ତଫା ଦେଇଥିଲେ କୁମାରସ୍ୱାମୀ। ରାଜ୍ୟପାଳଙ୍କୁ ଭେଟି ସେ ଇସ୍ତଫା ପତ୍ର ଦେବା ପରେ ରାଜ୍ୟପାଳ ବାଜୁଭାଇ ବାଲା ତାଙ୍କ ଇସ୍ତଫା ଗ୍ରହଣ କରିନେଇଥିଲେ।

ଆସ୍ଥା ଭୋଟରେ କୁମାରସ୍ୱାମୀ ସରକାର ସପକ୍ଷରେ ୯୯ ଓ ବିପକ୍ଷରେ ୧୦୫ ବିଧାୟକଙ୍କ ଭୋଟ ପଡିଥିଲା। ତେବେ ବିଏସ୍‌ପିର ଏକ ମାତ୍ର ବିଧାୟକ ଭୋଟଦାନରୁ ବିରତ ରହିଥିଲ। ଆସ୍ଥା ଭୋଟରେ ହାରିବା ସହ ୧୪ ମାସର ମେଣ୍ଟ ସରକାର ଭାଙ୍ଗିଥିଲା।

 

You might also like