କର୍ଣ୍ଣାଟକ ବିଧାନସଭାରେ ହାଇଡ୍ରାମା ; ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ମାନିଲେନି ବାଚସ୍ପତି

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭାରେ ହାଇଡ୍ରାମା। ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ମାନିଲେନି ବାଚସ୍ପତି। ଆଜି ସୁଦ୍ଧା ଆସ୍ଥା ଭୋଟ୍ କରାଇବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ ବି ଏହାକୁ ନମାନି ଆସନ୍ତାକାଲି ଦିନ ୧୧ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି।

ସେପଟେ ବାଚସ୍ପତିଙ୍କ ନିଷ୍ପତ୍ତିକୁ ତୀବ୍ର ପ୍ରତିବାଦ କରିବା ସହ ଆସ୍ଥା ଭୋଟ ନହେବା ଯାଏଁ ଗୃହ ନଛାଡ଼ିବାକୁ ବିଜେପି ବିଧାୟକମାନେ ଅଡ଼ିବସିଛନ୍ତି। ଗୃହ ଭିତରେ ରାତି ସାରା ଧାରଣା ଦେବେ ବୋଲି କହିଛନ୍ତି ବିଜେପି ନେତା ବି.ଏସ୍. ୟେଦୁରପ୍ପା। ଏହା ପୂର୍ବରୁ ଆସ୍ଥା ଭୋଟ୍‌ରେ ବିଳମ୍ବ ହେବା ଆଶଙ୍କା କରି ବିଜେପି ବିଧାୟକ ଦଳ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।

ଏହାପରେ ଆଜି ସୁଦ୍ଧା ଆସ୍ଥା ଭୋଟ୍ କରାଇବା ପାଇଁ ରାଜ୍ୟପାଳ ବାଜୁଭାଇ ବାଲା ନିର୍ଦ୍ଦେଶ ଦେବା ସହ ବାଚସ୍ପତିଙ୍କ ନିକଟକୁ ସ୍ୱତନ୍ତ୍ର ଅଫିସର ପଠାଇଥିଲେ।  ରାଜ୍ୟପାଳଙ୍କ ନିର୍ଦ୍ଦେଶ ପରେ ଗୃହରେ ହଟ୍ଟଗୋଳ କରିଥିଲେ କଂଗ୍ରେସ ଓ ଜେଡିଏସ୍ ବିଧାୟକ। ବିଜେପି ଏ ପ୍ରସଙ୍ଗ ଗୃହରେ ଆଲୋଚନା ନ କରି ସିଧା ରାଜ୍ୟପାଳଙ୍କୁ ଅବଗତ କରାଇବା ଅସାମ୍ବିଧାନିକ ବୋଲି ଶାସକ ମେଣ୍ଟର ସଦସ୍ୟ କହିଥିଲେ।

ଆଜି ମୁଖ୍ୟମନ୍ତ୍ରୀ ଏଚ୍. ଡି. କୁମାରସ୍ୱାମୀ ଆସ୍ଥା ଭୋଟ୍  ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରିବା ପରେ କଂଗ୍ରେସ ବିଧାୟକ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଥିଲେ ଯେ, ଆସ୍ଥା ଭୋଟ୍ ଉପରେ ଆଲୋଚନା ବନ୍ଦ କରାଯାଉ। ପ୍ରଥମେ ସୁପ୍ରିମକୋର୍ଟଙ୍କ ରାୟ ସଂପର୍କରେ ଅବଗତ କରାଯାଉ ଓ ବିଧାୟକ ଦଳର ନେତା ଭାବେ ସେ ଦଳର ବିଧାୟକଙ୍କ ଉପରେ ହ୍ୱିପ୍ ଜାରି କରିପାରିବେ କି ନାହିଁ ସେ ସଂପର୍କରେ ସ୍ପଷ୍ଟ କରାଯାଉ ବୋଲି ସିଦ୍ଦରମୈୟା ଦାବି କରିଥିଲେ।

ଏହାକୁ ନେଇ ଗୃହରେ ବିଜେପି ପକ୍ଷରୁ ଜୋରଦାର ହଟ୍ଟଗୋଳ କରାଯାଇଥିଲା।  ସେପଟେ ମେଣ୍ଟ ସରକାର ଭାଙ୍ଗିବା ପାଇଁ କଂଗ୍ରେସ ବିଧାୟକ ଶ୍ରୀମନ୍ତ ପାଟିଲ୍‌ଙ୍କୁ ଅପହରଣ କରି ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଗୃହରେ ଦଳର ବରିଷ୍ଠ ବିଧାୟକ ଡି କେ ଶିବକୁମାର ଅଭିଯୋଗ କରିଥିଲେ।

ଏଥିସହ କଂଗ୍ରେସ ସଦସ୍ୟମାନେ ପାଟିଲଙ୍କ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଫଟୋ ଗୃହରେ ଦେଖାଇଥିଲେ।

ଆହୁରି ପଢ଼ନ୍ତୁ

ସ୍ପେନରେ ଟେନିସ କ୍ଲବ ଓ ବ୍ରିଟେନର ଏକ ବଙ୍ଗଳା କିଣିଥିଲେ ଚିଦାମ୍ବରମ୍

ପିଲାଦିନ ଫଟୋ ଶେୟାର କରି ତାପସୀ ଶୁଣିଲେ ଏମିତି କମେଣ୍ଟ

ଅଭିନନ୍ଦନଙ୍କୁ ଗିରଫ କରି ନିର୍ଯାତନା ଦେଇଥିବା ପାକ୍‌ ସୁବେଦାର ନିହତ

ରାସ୍ତା ମଝିରେ ଡ୍ରାଇଭର ଓ ସହାୟକଙ୍କୁ ଗାଡ଼ିରୁ ଓହ୍ଲାଇ ପଳାଇଗଲେ ଚିଦାମ୍ବରମ

ଏମିତି ବଦଳି ଯାଏ ସମୟ: ସେଦିନ ଅମିତ ଶାହ ଗିରଫ ବେଳେ ଗୃହମନ୍ତ୍ରୀ ଥିଲେ ଚିଦାମ୍ବରମ ଆଉ ଆଜି…

ଆପଲ୍‌ କମ୍ପାନୀ ସିଇଓଙ୍କ ଟ୍ୱିଟରରେ ଭାରତୀୟ ଫଟୋଗ୍ରାଫରଙ୍କ ଫଟୋ, ଦେଲା କିଛି ନୂଆ କାହାଣୀ…

କାଶ୍ମୀର ପ୍ରସଙ୍ଗ ଧରି ପାକିସ୍ତାନ ଯୁଆଡେ ଗଲେ ବି ଆମେ ଉଚିତ ଜବାବ ଦେବୁ-ଆକବରୁଦ୍ଦିନ

ବାରମୁଲାରେ ଗୁଳି ବିନିମୟ: ଯବାନ ସହିଦ

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କ ସହ କଥା ହେଲେ ମୋଦି

ମହିଳାଙ୍କୁ ଲାଗିଲା କିଡ୍‌ନୀରେ ଷ୍ଟୋନ୍‌ ହୋଇଛି, ଆଉ ଡାକ୍ତରଖାନାରେ ପହଞ୍ଚିବା ପରେ…

କାଶ୍ମୀର ପ୍ରସଙ୍ଗରେ ପୁଣି ମୁଣ୍ଡ ପୂରାଇଲେ ଟ୍ରମ୍ପ୍‌, ମଧ୍ୟସ୍ଥି ପାଇଁ ଇଚ୍ଛା ପ୍ରକାଶ କଲେ

ଫୋନ୍‌ ସ୍ୱିଚ୍‌ ଅଫ୍‌ କରି କୁଆଡ଼େ ଗଲେ ଚିଦାମ୍ବରମ୍‌; ଖୋଜୁଛନ୍ତି ଇଡି ଓ ସିବିଆଇ

You might also like