ଲକ୍‌ଡାଉନ ପ୍ୟାକେଜ୍‌: ବାରିକ, ଧୋବା ଓ ଅଟୋ ଡ୍ରାଇଭରଙ୍କୁ ମିଳିବ ସହାୟତା

ବେଙ୍ଗାଲୁରୁ: କରୋନା ଲକଡାଉନ ଯୋଗୁ ଗରିବ, ଶ୍ରମିକ, ଦିନମଜୁରିଆମାନେ ନାହିଁ ନ ଥିବା ଅସୁବିଧାର ସମ୍ମଖୀନ ହେଉଛନ୍ତି। ଏପରି ପରିସ୍ଥିତିରେ  କର୍ଣ୍ଣାଟକ ସରକାର ୧୬୧୦ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି।  ଏହି ସହାୟତା ସବୁଠାରୁ ଅଧିକ ପ୍ରଭାବିତ ହେଉଥିବା ସେଲୁନ ବ୍ୟବସାୟୀ ବା ବାରିକ, ଲୁଗାସଫାକାରୀ ବା ଧୋବା, ବୁଣାକାର ଓ ଅଟୋ ଡ୍ରାଇଭରଙ୍କୁ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ଚାଷୀ, ଫୁଲ ବ୍ୟବସାୟୀ, ଟ୍ୟାକ୍ସ ଡ୍ରାଇଭର, ଏମଏସଏମଇ, ବଡ଼ ଶିଳ୍ପସଂସ୍ଥା, ବୁଣାକାର ଓ ଶ୍ରମିକଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।

ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପା କହିଛନ୍ତି   ଫୁଲ ଚାଷୀଙ୍କୁ ପ୍ରତି ହେକ୍ଟର ପିଛା ୨୫ ହଜାର ଟଙ୍କାର ସହାୟତା ମିଳିବ। ବାରିକ ଓ ଧୋବାଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦିଆଯିବ। ଏହାଦ୍ୱାରା ରାଜ୍ୟର ୬୦ ହଜାର ଧୋବା ଓ ୨,୩୦,୦୦୦ ବାରିକ ଉପକୃତ ହେବେ।

ସେତିକୁ ନୁହେଁ, ଅଟୋ ଓ ଟ୍ୟାକ୍ସି ଡ୍ରାଇଭରଙ୍କ ପାଇଁ ମଧ୍ୟ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟର  ୭.୭୫ ଲକ୍ଷ ଅଟୋ ଓ ଟ୍ୟାକ୍ସି ଡ୍ରାଇଭରଙ୍କୁ ବି ୫ ହଜାର ଟଙ୍କା ଲେଖାଏ ଯୋଗାଇ ଦିଆଯିବ। ଏମଏସଏମ ସଂସ୍ଥାଗୁଡ଼ିକର ଦୁଇ ମାସ ଯାଏ କୌଣସି ବିଜୁଳି ବିଲ ଦେବାକୁ ପଡ଼ିବ ନାହିଁ। ସେହିପରି ବଡ଼ ବଡ଼ ଶିଳ୍ପସଂସ୍ଥା ଦୁଇ ମାସର ବିଜୁଳି ବିଲ୍‌ ନିଜ ଇଚ୍ଛାରେ ସୁବିଧାରେ କରିବେ। ଏଥିପାଇଁ କୌଣସି ଫାଇନ ଲାଗୁ କରାଯିବ ନାହିଁ।

ବୁଣାକାରଙ୍କ ଖାତାକୁ ସରକାର ସିଧାସଳଖ ୨ ହଜାର ଟଙ୍କା ଲେଖାଏଁ ପଠାଇବେ। ଏହାଦ୍ୱାରା ୫୪ ହଜାର ବୁଣାକାର ଫାଇଦା ପାଇବେ। ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ଖାତାକୁ ଅତିରକ୍ତ ୩ ହଜାର ଟଙ୍କା ଲେଖାଏ ପଠାଯିବ। ପୂର୍ବରୁ ସରକାର ୨ ହଜାର ଟଙ୍କା ଦେଉଥିଲେ।

ଆହୁରି ପଢ଼ନ୍ତୁ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

You might also like