ଡେଲିଭରି ବଏଙ୍କ ବ୍ୟାଗରେ ଥିଲା ଏମିତି ଜିନିଷ, ଯାଞ୍ଚକାରୀ ଟିମ୍‌ର ହୋଶ ଉଡ଼ିଗଲା

କର୍ଣ୍ଣାଟକ: କରୋନା ଭାଇରସ୍ ଯୋଗୁ ଭାରତରେ ମେ’ ୩ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌କୁ ବଢ଼ାଇ ଦିଆଯାଇଛି। ଲକ୍‌ଡାଉନ୍‌ ସମୟରେ ସରକାର କିଛି ଲୋକଙ୍କୁ ବାହାରକୁ ଯିବାକୁ ଅନୁମତି ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ସରକାରୀ କର୍ମଚାରୀ, ଡେଲିଭରି ବଏ ପ୍ରମୁଖ ।

ଲୋକମାନେ ଘରେ ଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଯେପରି ପାଇପାରିବେ, ସେ ନେଇ ଏମାନଙ୍କୁ ଅନୁମତି ଦିଆଯାଇଥିଲା। ହେଲେ କିଛି ଲୋକ ଏହାର ଫାଇଦା ଉଠାଇବାକୁ ଚାହୁଁଛନ୍ତି। କର୍ଣ୍ଣାଟକର ସେଣ୍ଟ୍ରାଲ୍‌ କ୍ରାଇମ୍‌ ବ୍ରାଞ୍ଚ ଦୁଇଜଣ ଏହିପରି ଡେଲିଭରି ବଏଙ୍କୁ ଧରିଥିଲା ଯେଉଁମାନେ ଦୁଇ ମୁଣ୍ଡିଆ ସାପକୁ ବିକ୍ରି କରିବାକୁ ଚେଷ୍ଟା କରୁଥିଲେ।

ବାଙ୍ଗାଲୁରର ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ନିଜକୁ ଡେଲିଭରି ବଏର ପରିଚୟ ଦେଇ ଦୁଇ ମଣ୍ଡିଆ ସାପକୁ ବିକ୍ରି କରିବାକୁ ଚେଷ୍ଟା କରୁଥିଲେ।  ସେମାନେ ନିଜକୁ ଅନଲାଇନ୍‌ରେ ଡେଲିଭରି କରୁଥିବା କର୍ମଚାରୀ ବୋଲି କହି ବାହାରକୁ ଆସିଥିଲେ। କାଗଲିପୁରା ରେଞ୍ଜର ବନ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ କୁହାଯାଇଛି। ସେମାନଙ୍କ ନାଁରେ ଏତଲା ଦାୟର ମଧ୍ୟ କରାଯାଇଛି।

ଫଟୋରେ ଏହା ଦେଖିବାକୁ ମିଳୁଛି ଯେ, ବ୍ୟକ୍ତି ଜଣକ ଡେଲିଭରି ବ୍ୟାଗରୁ ଏକ ବଡ଼ ସାପ ବାହାର କରୁଛନ୍ତି, ଯାହାର ଦୁଇଟି ମୁଣ୍ଡ ଅଛି।

ଆହୁରି ପଢ଼ନ୍ତୁ

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

You might also like