ଅନୁଭୂତି ବଖାଣିଲେ ନଚିକେତା

ପାକିସ୍ତାନରେ ୮ ଦିନର ଯୁଦ୍ଧବନ୍ଦୀ ଭାବେ ନିଜର ଭୟଙ୍କର ଅନୁଭୂତି ବଖାଣିଛନ୍ତି ୧୯୯୯ କାର୍ଗିଲ ଯୁଦ୍ଧର ହିରୋ ଗ୍ରୁପ୍ କ୍ୟାପ୍‌ଟେନ କେ. ନଚିକେତା। କାର୍ଗିଲ ଯୁଦ୍ଧ ବେଳେ ସେ ଉଡାଉଥିବା ମିଗ୍-୨୭ ଜେଟ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ତାଙ୍କୁ ପାକ୍ ଅଧିକୃତ କାଶ୍ମୀରରେ ଓହ୍ଲାଇବାକୁ ପଡିଥିଲା।

ପାକିସ୍ତାନ ସୈନ୍ୟ ତାଙ୍କୁ ଧରିନେଇ ଭୟଙ୍କର ଶାରୀରିକ ନିର୍ଯାତନା ଦେଇଥିଲେ।  ଏମିତିକି ତାଙ୍କୁ ମାରିଦେବାକୁ ଉଦ୍ୟମ ମଧ୍ୟ କରିଥିଲେ। ତେବେ ପାକିସ୍ତାନ ସେନାର ଜଣେ ଉଚ୍ଚପଦସ୍ଥ ଅଧିକାରୀ ତାଙ୍କୁ ଉଦ୍ଧାର କରିବା ସହ ସାଙ୍ଗରେ ନେଇଯାଇଥିବା ନଚିକେତା କହିଛନ୍ତି।

ଅକଥନୀୟ ଶାରୀରିକ ନିର୍ଯାତନା ସତ୍ତ୍ୱେ ଭାରତୀୟ ବାୟୁସେନାରେ ଦିଆଯାଉଥିବା ପ୍ରଶିକ୍ଷଣ, ପରିସ୍ଥିତର ସାମ୍ନା କରିବାରେ ତାଙ୍କୁ ସାହାଯ୍ୟ କରିଥିବା ସେ କହିଛନ୍ତି। ଗତ ଦୁଇ ଦିନରେ ଅଭିନନ୍ଦନକୁ ମଧ୍ୟ ସମାନ ସ୍ଥିତିର ସାମ୍ନା କରିବାକୁ ପଡିଥାଇପାରେ ବୋଲି ନିଜ ଅଭିଜ୍ଞତାରୁ କହିଛନ୍ତି ନଚିକେତା। ତେବେ ଖୁବ୍ କମ୍ ସମୟରେ ଭାରତ ତାଙ୍କୁ ଛଡାଇ ଆଣିବାରେ ସଫଳ ହୋଇଥିବାରୁ ସେ ତାର ପ୍ରଶଂସା କରିବା ସହ ବ୍ୟକ୍ତିଗତ ସ୍ତରରେ ଆନନ୍ଦିତ ବୋଲି କହିଛନ୍ତି।

You might also like