ଆଜି କାର୍ଗିଲ ବିଜୟ ଦିବସ
ନୂଆଦିଲ୍ଲୀ: ଆଜି କାର୍ଗିଲ ବିଜୟ ଦିବସ। ସାରା ଦେଶ ମନେ ପକାଉଛି ଭାରତୀୟ ସେନାଙ୍କ ବିଜୟ ଗାଥା। ୧୯୯୯ ମସିହା ଆଜିର ଦିନରେ ପାକିସ୍ତାନୀ ସେନା ଉପରେ ବିଜୟଲାଭ କରି କାର୍ଗିଲରେ ତ୍ରିରଙ୍ଗା ଉଡ଼ାଇଥିଲା ଭାରତୀୟ ସେନା। ତେବେ ଏଥିପାଇଁ ୫୨୭ ଜଣ ବୀର ସୈନିକଙ୍କୁ ବଳିଦାନ ଦେବାକୁ ପଡ଼ିଥିଲା।
୧୯୯୯ ମସିହାରେ କାଶ୍ମୀର ଉପତ୍ୟକାରେ ଭାରତୀୟ ଉପଖଣ୍ଡରେ ପ୍ରବେଶ କରିଥିଲା ପାକିସ୍ତାନୀ ସେନା। ଶତ୍ରୁଙ୍କୁ ତଡ଼ିବାକୁ ଆରମ୍ଭ ହୋଇଥିଲା ଅପରେସନ ବିଜୟ। ପ୍ରାୟ ୨ ମାସ ଧରି ଚାଲିଥିଲା ଏହି ଲଢ଼େଇ। ଶେଷରେ ଜୁଲାଇ ୨୬ରେ ପାକିସ୍ତାନ ସେନାକୁ ଭାରତ ମାଟିରୁ ହଟାଇ ବିଜୟବାନା ଉଡ଼ାଇଥିଲା ଭାରତ।
ଏହି ଐତିହାସିକ ବିଜୟ ହାସଲ କରିବା ସ୍ମୃତିରେ ଦେଶବ୍ୟାପୀ ଆଜି ପାଳନ ହେଉଛି କାର୍ଗିଲ ବିଜୟ ଦିବସ। ପ୍ରତିବର୍ଷ ଜୁଲାଇ ୨୬ ତାରିଖରେ ଦିଲ୍ଲୀ ଇଣ୍ଡିଆ ଗେଟ୍ ସ୍ଥିତ ଅମର ଯବାନ ଜ୍ୟୋତି ନିକଟରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥାଏ। ଏହାସହ କାରଗିଲ୍ର ଦ୍ରାସ୍ ନିକଟରେ ମଧ୍ୟ ବିଜୟ ଦିବସ ପାଳନ ହୋଇଥାଏ।