ଗାଁ ଭିତରେ ଅଳିଆ ଫିଙ୍ଗିଥିବାରୁ କରନ୍‌ ଜୋହରଙ୍କୁ କ୍ଷମା ମାଗିବାକୁ କହିଲେ ଗୋଆ ସରକାର

ପାନାଜୀ: ଫିଲ୍ମ ସୁଟିଂ ନାଁରେ ଆବର୍ଜନା ଫିଙ୍ଗୁଛି କରନ୍‌ ଜୋହରଙ୍କ ଧର୍ମା ପ୍ରଡକ୍ସନ। ଗୋଆର ଏକ ଗ୍ରାମକୁ ଆବର୍ଜନାମୟ କରି ଦେଇଛନ୍ତି ଫିଲ୍ମ ଧର୍ମା ପ୍ରଡକ୍ସନ୍ସ ଟିମ୍ ମେମ୍ବର‌। ଏ ନେଇ ଗୋଆ ସରକାର ବୁଧବାର ଫିଲ୍ମ ନିର୍ମାତା କରଣ ଜୋହରଙ୍କୁ  କ୍ଷମା ମାଗିବା ପାଇଁ କହିଛନ୍ତି। ଯଦି କମ୍ପାନୀ ଏହା ନ କରେ ତେବେ ଜରିମାନା ଲାଗୁ ହେବ ବୋଲି ଚେତାବନୀ ଦେଇଛନ୍ତି।

ଉତ୍ତର ଗୋଆର ନେରୁଲର ଜଣେ ବାସିନ୍ଦା ଅଳିଆ ଦେଖାଉଥିବା ସମୟର ଭିଡିଓ ଅପଲୋଡ୍ କରିବା ପରେ ଏହି ବିବାଦ ଉପୁଜିଛି। ସୂଚନାଥାଉ କି, ଗତ ସପ୍ତାହରେ ଦୀପିକା ପାଦୁକୋନା ଏବଂ ଅନ୍ୟମାନେ ଏକ ଚଳଚ୍ଚିତ୍ରର ସୁଟିଂ ପାଇଁ ଆସିଥିଲେ। ସୁଟିଂ ଶେଷ ହେବା ପରେ ଏହି ଗାଁରେ ଅଳିଆ ପକାଇ ଚାଲିଯାଇଥିଲେ।

ସୋସିଆଲ ମିଡିଆରେ ଏହି ପ୍ରସଙ୍ଗ ଭାଇରାଲ ହେବା ପରେ ରାଜ୍ୟର ମନୋରଞ୍ଜନ ସୋସାଇଟି ଅଫ୍ ଗୋଆ(ESG) ମଙ୍ଗଳବାର ଧର୍ମ ପ୍ରଡକ୍ସନ୍ସର ନିର୍ମାତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି।

ଗୋଆର ବର୍ଜ୍ୟବସ୍ତୁ ପରିଚାଳନା ମନ୍ତ୍ରୀ ମାଇକେଲ ଲୋବୋ ବୁଧବାର ଦିନ ଗଣମାଧ୍ୟମକୁ କହିଛନ୍ତି ଯେ,ଏହି ସ୍ଥାନକୁ ସଫା ନ କରି ପଳାଇ ଯାଇଥିବାରୁ ଧର୍ମ ପ୍ରଡକ୍ସନ୍ସର ନିର୍ଦ୍ଦେଶକ କିମ୍ବା ମାଲିକ କ୍ଷମା ମାଗନ୍ତୁ ବୋଲି ରାଜ୍ୟବାସୀ ଦାବି କରିଛନ୍ତି । ସେ କହିଛନ୍ତି, “ଫେସବୁକରେ କ୍ଷମା ମାଗନ୍ତୁ ଯେ, ଏହା ଏକ ତ୍ରୁଟି ଥିଲା ଏବଂ ଭୁଲକୁ ଗ୍ରହଣ ମଧ୍ୟ କରନ୍ତୁ। ଯଦି ସେମାନେ ତାହା ନକରନ୍ତି, ତେବେ ଆମେ ସମାଧାନ ବ୍ୟବସ୍ଥା କରିବୁ। ମୋର ବିଭାଗ ଧର୍ମ ପ୍ରଡକ୍ସନ୍ସ ଉପରେ ଜରିମାନା ଲାଗୁ କରିବ।”

ଏଭଳି ଦାୟିତ୍ ହୀନ ଆଚରଣ ପାଇଁ ଅଭିନେତ୍ରୀ କଙ୍ଗନା ରାଣାଓତ୍‌ ଟ୍ୱିଟ କରି ସମାଲୋଚନା କରିଛନ୍ତି।  ସେ ଲେଖିଛନ୍ତି,  ଚଳଚ୍ଚିତ୍ର ଶିଳ୍ପ ଏହି ଦେଶରେ ନୈତିକତା ଏବଂ ସଂସ୍କୃତି ପାଇଁ କେବଳ ଏକ ଜୀବାଣୁ ନୁହେଁ, ଏହା ପରିବେଶ ପାଇଁ ଅତ୍ୟନ୍ତ ବିନାଶକାରୀ ଏବଂ କ୍ଷତିକାରକ ମଧ୍ୟ ହୋଇ ଗଲାଣି।

You might also like