ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଏଇ ପପ୍ ସିଙ୍ଗର

ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ପପ୍ ସିଙ୍ଗର କେନି ୱେଷ୍ଟ। ଏନେଇ ଟ୍ୱିଟ୍ କରି ଖୋଦ୍ କେନି ସୂଚନା ଦେଇଛନ୍ତି। କେନି ନିଜ ଟ୍ୱିଟ୍‌ରେ ଲେଖିଛନ୍ତି, ‘ଏବେ ଭଗବାନଙ୍କ ଉପରେ ଭରସା କରି ଆମର ଦୃଷ୍ଟିକୁ ଏକତ୍ରିତ କରିବା ଏବଂ ଆମେରିକା ପ୍ରତି ଦେଇଥିବା ପ୍ରତିଶ୍ରୁତିକୁ ମନେ ପକାଇ ଭବିଷ୍ୟତ ନିର୍ମାଣ କରିବା। ମୁଁ ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ଚାହୁଁଛି।‘

କେନିଙ୍କ ଟ୍ୱିଟ୍ ଏବେ ସମସ୍ତଙ୍କୁ ଚିକତ କରିଛି। କାରଣ ରାଜନୀତିରୁ ଦୂର ଦୂର ଯାଏ ସମ୍ପର୍କ ନଥିବା କେନି ସିଧାସଳଖ ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ହେବେ । ସେ ନେଇ କେହି ବି ଆକଳନ କରିନଥିଲେ। ହେଲେ ସେ କେଉଁ ଦଳରୁ ପ୍ରାର୍ଥୀ ହେବେ କିମ୍ବା ସ୍ୱାଧୀନରେ ନିର୍ବାଚନ ଲଢ଼ିବେ ସେ ନେଇ ସ୍ପଷ୍ଟ ହୋଇନାହିଁ।

ଚର୍ଚ୍ଚା ହେଉଛି ସେ ଟ୍ରମ୍ପଙ୍କ ବିରୋଧରେ ନିର୍ବାଚନ ଲଢ଼ିପାରନ୍ତି। ଯଦି ଏପରି ହୁଏ ତେବେ ଏଥର ଆମେରିକା ନିର୍ବାଚନ ବେଶ ରୋଚକ ହେବ।  କାରଣ BLACK LIVES MATTER ଆନ୍ଦୋଳନରେ ବେଶ ସଂକ୍ରିୟ ଥିଲେ କେନି। ଏହାସହ ପପ୍ ସିଙ୍ଗର ଭାବେ ଆମେରିକାର କୃଷ୍ଣକାୟ ଲୋକଙ୍କ ଭିତରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି।  ଅପରପକ୍ଷେ କରୋନା ଓ ବର୍ଣ୍ଣ ବୈଷମ୍ୟ ଘଟଣା ଟ୍ରମ୍ପଙ୍କ ପାଇଁ ସମସ୍ୟା ବଢାଇ ଦେଇଛି।

ସୂଚନାଥାଉ କି, ଆସନ୍ତା ନଭେମ୍ବର ୩ ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ ।

ଆହୁରି ପଢ଼ନ୍ତୁ

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

You might also like