ରେଡ୍‌ ନେଇ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଆଗୁଆ ସୂଚନା ଦେଇଥିବା ଦୁଇ ପୁଲିସ ଅଫିସର ଗିରଫ

ଲକ୍ଷ୍ନୌ: କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଆଇନ ହାତରୁ ଖସାଇ ଦେବାରେ ସାହାଯ୍ୟ କରିଥିବା ପୂର୍ବତନ ଚୌବେପୁର ଥାନା ଅଧିକାରୀ ବିନୟ ତିୱାରୀ ଏବଂ ସବ୍‌ ଇନ୍‌ସ୍ପେକ୍ଟର୍‌ କେକେ ଶର୍ମାଙ୍କୁ ଗରିଫ୍‌ କରାଯାଇଛି।

ଗୋଟିଏ ଦିନର ପଚାରଉଚରା ପରେ ବିନୟ ଓ କେକେ ଶର୍ମାକୁ ଗିରଫ କରିଛି କାନ୍‌ପୁର ପୁଲିସ। ଏହି ଦୁଇଜଣ ପୁଲିସ୍‌ ରେଡ୍‌ କରିବା ନେଇ ବିକାଶକୁ ଗୁପ୍ତ ସୂଚନା ଦେଇଥିଲେ। ଫଳରେ ସେ ପୁଲିସ୍‌ ଉପରେ ଆକ୍ରମଣ କରିବାକୁ ସତର୍କ ହୋଇଯାଇଥିଲା।

ସେଦିନ କାନ୍‌ପୁରରେ ବିକାଶ ଦୁବେ ବିରୋଧରେ ରେଡ୍‌ ଚାଲିଥିବା ସମୟରେ ଉଭୟ ପୁଲିସ୍ ଅଫିସର ଘଟଣା ସ୍ଥଳରେ ଉପସ୍ଥିତ ଥିଲେ। କିନ୍ତୁ ଗୁଳିଗୁଳା ମାଡ଼ ହେବା ପରେ ଏହି ଦୁଇଜଣ ସେଠାରୁ ପଳାଇଯାଇଥିଲେ। ରେଡ୍‌ ନେଇ ଗ୍ୟାଙ୍ଗଷ୍ଟର ଆଗୁଆ ସୂଚନା ଦେବା ଯୋଗୁ ୮ ଜଣ ପୁଲିସ୍‌ଙ୍କୁ ହତ୍ୟା କରିଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ।

ଏ ନେଇ ସୂଚନା ଦେଇଛନ୍ତି ଏସଏସପି କାନପୁର ଦିନେଶ ପ୍ରଭୁ। ସେ କହିଛନ୍ତି, ରେଡ୍‌ ନେଇ ଏହି ଦୁଇ ପୁଲିସ୍‌ ଅଫିସର୍‌ ବିକାଶକୁ ଆଗୁଆ ସୂଚନା ଦେବାରୁ ସେ ପୁଲିସ୍‌କୁ ଆକ୍ରମଣ କରିବାକୁ ସତର୍କ ହୋଇଯାଇଥିଲା। ତାଙ୍କରି ଆଗୁଆ ସୂଚନା ଯୋଗୁ ୮ ପୁଲିସ୍ ସହିଦ ହୋଇଥିଲେ।

ତେବେ ବିନୟଙ୍କ ପୂର୍ବରୁ ଅନ୍ୟ ୩ ଜଣ ଜୁଲାଇ ୪ ତାରିଖରୁ ନିଲମ୍ବିତ ହୋଇଛନ୍ତି। ଏମାନେ ମଧ୍ୟ ପୁଲିସ୍‌ଙ୍କ ସହିଦ ହେବା ପଛରେ ସାମିଲ୍‌ ଥିଲେ ବୋଲି ଅଭିଯୋଗ ହୋଇଛି।

You might also like