ପୁଣି ଜଣେ ଅଭିନେତାଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ: ଆତ୍ମହତ୍ୟା କଲେ ପୁଣି ଜଣେ ଅଭିନେତା। କର୍ଣ୍ଣାଟକର ଟିଭି ଆକ୍ଟର୍‌ ଓ ଫିଟ୍‌ନେସ୍‌ ଟ୍ରେନର୍‌ ସୁଶୀଲ ଗୌଡ଼ା ତାଙ୍କ ଜନ୍ମସ୍ଥାନ ମାଣ୍ଡ୍ୟାରେ ଆତ୍ମହତ୍ୟା କରିଛନ୍ତି। ମାଣ୍ଡ୍ୟାର ଇଣ୍ଡୁଭାଲୁରେ ଥିବା ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଛନ୍ତି। ପୋଷ୍ଟମର୍ଟମ ପରେ ତାଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିବା ବେଳେ ପୁଲିସ ଘଟଣାରେ ତଦନ୍ତ କରୁଛି।

ତାଙ୍କ ମୃତ୍ୟୁ ଖବରରେ ଟିଭି ଇଣ୍ଡଷ୍ଟ୍ରୀ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ବଲିଉଡ୍‌ ଷ୍ଟାର୍ ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ସୁଶୀଲଙ୍କର ଏପରି ଚରମ ନିଷ୍ପତ୍ତି ସମସ୍ତଙ୍କୁ ଦୋହଲାଇ ଦେଇଛି।

ସୁଶୀଲ ଟିଭି ଶୋ ‘ଅନ୍ତପୁରା’ରେ ଅଭିନୟ କରି ବେଶ୍ ଲୋକପ୍ରିୟ ହୋଇପରିଥିଲେ। ଦୁନିଆ ବିଜୟଙ୍କ ନିର୍ଦ୍ଦେଶନାରେ ରିଲିଜ୍ ହେବାକୁ ଥିବା ଫିଲ୍ମ ‘ସାଲଗା’ରେ ଏକ ପୁଲିସ୍ ଅଫିସର୍‌ ଭୂମିକାରେ ବି ଅଭିନୟ କରୁଥିଲେ। ଟିଭି ଇଣ୍ଡଷ୍ଟ୍ରୀ ସହିତ କନ୍ନଡ଼ ସିନେମାରେ ପାଦ ଥାପିବାକୁ ସଂଘର୍ଷ କରୁଥିଲେ ସୁଶୀଲ୍‌।

ତାଙ୍କ ମୃତ୍ୟୁରେ କନ୍ନଡ଼ ଫିଲ୍ମ ଓ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳିଯାଇଛି। ଟେଲି କଳାକାରଠୁ ଆରମ୍ଭ କରି ସିନେମା କଳାକାର ପର୍ଯ୍ୟନ୍ତ ସମସ୍ତେ ଦୁଃଖ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି। ତେବେ ଆତ୍ମହତ୍ୟା ସମସ୍ୟାର ସମାଧାନ ନୁହେଁ ବୋଲି ଟ୍ୱିଟ୍ କରିଛନ୍ତି କନ୍ନଡ଼ ଫିଲ୍ମ ଅଭିନେତା ଓ ନିର୍ଦ୍ଦେଶକ ଦୁନିଆ ବିଜୟ।

ସୁଶୀଲ୍‌ଙ୍କୁ ମନେ ପକାଇ ଅନେକ କିଛି କଥା ଲେଖିଛନ୍ତି ତାଙ୍କ ଫିଲ୍ମ ନିର୍ଦ୍ଦେଶକ ଦୁନିଆ ବିଜୟ ସେଥିରୁ ସେ ଲେଖିଛନ୍ତି ” ୩୦ ଦିନର ଫିଲ୍ମ ଶୁଟିଂରେ ମୁଁ ତାଙ୍କୁ ଜାଣିଛି। ତାଙ୍କର ମୃତ୍ୟୁ ମୋତେ ଗଭୀର ଦୁଃଖ ଦେଇଛି। ଯେଉଁ ବାପାମା ତାଙ୍କୁ ୩୦ ବର୍ଷ ପର୍ଯ୍ୟନ୍ତ ପାଲିପୋଷି ବଡ଼ କରିଥିଲେ ତାଙ୍କ ଦୁଃଖ କଳ୍ପନାର ବାହାରେ” ସୁଶୀଲ୍ ଖୁବ୍‌ଶୀଘ୍ର କନ୍ନଡ ଫିଲ୍ମରେ ଡଣେ ବଡ଼ ଷ୍ଟାର୍ ହୋଇପାରିଥାନ୍ତେ, କିନ୍ତୁ ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ତାଙ୍କର ଆତ୍ମହତ୍ୟା ଦୁଃଖଦାୟକ ବୋଲି ବିଜୟ ତାଙ୍କ ଶୋକ ବାର୍ତ୍ତାରେ ଲେଖିଛନ୍ତି।

ନିକଟରେ ବଲିଉଡ୍‌ର ଜଣେ ଉଦିୟମାନ ତାରକା ସୁଶାନ୍ତ ସିଂହ ରାଜପୁତ ମଧ୍ୟ ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇସ୍ଥିତ ତାଙ୍କ ବାସଭବନରୁ ସୁଶାନ୍ତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସୁଶାନ୍ତଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀଠାରୁ ଆରମ୍ଭ କରି ପୂରା ଦେଶ ଓ ବିଦେଶୀ କଳାକାରମାନେ ମଧ୍ୟ ଶୋକବ୍ୟକ୍ତ କରିଥିଲେ। ସୁଶାନ୍ତଙ୍କ ମୃତ୍ୟୁ ଦୁଃଖକୁ ଦେଶ ଭୁଲି ନଥିବା ବେଳେ ଆଉ ଜଣେ ଉଦିୟମାନ ତାରକାଙ୍କ ଅକାଳ ବିୟୋଗ ସିନେ ଇଣ୍ଡଷ୍ଟ୍ରୀକୁ ଶକ୍ତ ଧକ୍କା ଦେଇଛି।

 

ଆହୁରି ପଢ଼ନ୍ତୁ

ମୋଦି ସରକାରଙ୍କ EIA ଡ୍ରାଫ୍ଟକୁ ରାହୁଲ ଗାନ୍ଧିଙ୍କ ବିରୋଧ

ଆଣ୍ଡାମାନ ନିକୋବରକୁ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଉପହାର

୧୪ ବର୍ଷ ପରେ ମିଳିଲା ହଜି ଯାଇଥିବା ପର୍ସ, ଆଉ ସେଥିରୁ ବାହାରିଲା…

ସାବଧାନ ! ବିନା ଅର୍ଡରରେ ଘରେ ପହଞ୍ଚୁଛି କି ବିହନ ପ୍ୟାକେଟ ? ଭୁଲ୍‌ରେ ବି ଖୋଲନ୍ତୁନି

ଉଦ୍ଧାର ହେଲା ବିରଳ ପ୍ରଜାତିର ବିଷାକ୍ତ ସାପ

୨୪ ଘଣ୍ଟାରେ ଦେଶରେ ୬୨ ହଜାର ୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେଉଛି ଏକ ବର୍ଷର ଶିଶୁ, ଫଟୋ ଭାଇରାଲ

ବିଷ ଇଞ୍ଜେକ୍ସନ ଦେଇ ୧୧ ପାକିସ୍ତାନ ଶରଣାର୍ଥୀଙ୍କୁ ହତ୍ୟା କରାଯାଇଥିଲା

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା

ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ, ଆଉ ତା’ପରେ…

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

ଆୟରଲ୍ୟାଣ୍ଡ୍‌ରୁ ଫୋନ୍‌ ଆସିଲା ଦିଲ୍ଲୀ, ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଛନ୍ତି ଜଣେ ବ୍ୟକ୍ତି, ତା’ପରେ…

You might also like