ଆରପାରିରେ କନ୍ନଡ଼ ଫିଲ୍ମ ଅଭିନେତା ଚିରଞ୍ଜୀବ

ବେଙ୍ଗାଲୁରୁ: ଆର ପାରିରେ କନ୍ନଡ ଫିଲ୍ମ ଅଭିନେତା ଚିରଞ୍ଜୀବ ସାରଜା। ୩୯ ବର୍ଷ ବୟସରେ ଚିରଞ୍ଜୀବଙ୍କ ମୃତ୍ୟୁ ଘଟିଛି। ଗତକାଲି ବେଙ୍ଗାଲୁରୁ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହସ୍ପିଟାଲରୁ ତାଙ୍କ ପାର୍ଥୀବ ଶରୀର ବେଙ୍ଗାଲୁରୁ ବାସଭବନକୁ ନେବା ରାସ୍ତାରେ ପ୍ରବଳ ଭିଡ଼ ଜମିଥିଲା।

ଚିରଞ୍ଜୀବ ସାରଜାଙ୍କ ବହୁ ସଂଖ୍ୟାରେ ପ୍ରଂଶସକ ତାଙ୍କ ଶେଷ ଝଲକ ପାଇବାକୁ ଅପେକ୍ଷା କରିଥିଲେ। ଡାକ୍ତରଙ୍କ ପ୍ରାଥମିକ ତଦନ୍ତରୁ ଏହା ହୃଦଘାତ ମୃତ୍ୟୁ ବୋଲି ଜଣାପଡ଼ିଛି। ତେବେ ତାଙ୍କ ସ୍ୱାବ୍ ସଂଗ୍ରହ ହୋଇ କୋଭିଡ୍ ଟେଷ୍ଟ ପାଇଁ ପଠାଯାଇଛି।

ଚିରଞ୍ଜୀବ ସାରଜା ୨୦୦୯ ମସିହାରେ କନ୍ନଡ଼ ଫିଲ୍ମ ବାୟୁପୁତ୍ରରୁ ଡେବ୍ୟୁ କରିଥିଲେ। ୨୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ଚିରଞ୍ଜୀବ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରଖ୍ୟାତ ପ୍ରଯୋଜକ ଶକ୍ତି ପ୍ରସାଦଙ୍କ ନାତି। ତାଙ୍କ ମୃତ୍ୟୁରେ ସାରା ଦକ୍ଷିଣ ଭାରତ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି।

ଆହୁରି ପଢ଼ନ୍ତୁ

ରାହୁଲ ଓ ପ୍ରିୟଙ୍କାଙ୍କ ନାଁରେ ଥାନାରେ ମାମଲା ରୁଜୁ

ଏମିତି ଅବସ୍ଥାରେ ଉଦ୍ଧାର ହେଲା ନାବାଳିକାଙ୍କ ମୃତଦେହ

ସିବିଆଇ ତଦନ୍ତ ଦାବି କଲେ ହାଥରସ ପୀଡ଼ିତାଙ୍କ ଭାଇ; କହିଲେ, ବାପା ଚାପରେ ବୟାନ ଦେଇଛନ୍ତି

ହାଥରସ ପୀଡ଼ିତା ବାପାକୁ ଧମକାଉଥିଲେ କି ଡିଏମ୍‌? ଭିଡିଓ ଭାଇରାଲ୍

ହାଥରସ ପୀଡ଼ିତାଙ୍କ ସହ ଦୁଷ୍କର୍ମ ହୋଇନି: ୟୁପି ପୋଲିସ

କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ମୁଁ ସନ୍ତୁଷ୍ଟ, ଏଥିପାଇଁ କାହାର ଧାରଣା ଦେବା ଆବଶ୍ୟକ ନାହିଁ: ହାଥରସ ପୀଡ଼ିତାଙ୍କ ବାପା

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୮ ହଜାର ପାର୍

ପୋଲିସ କର୍ମୀ ଅଟକାଉଥିବା ବେଳେ ଠେଲାପେଲାରେ ତଳେ ପଡ଼ିଗଲେ ରାହୁଲ ଗାନ୍ଧି

ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ; ୩ ଭାରତୀୟ ଯବାନ ସହିଦ

ଲକ୍‌ଡାଉନ୍ ବେଳେ ବୁକ୍‌ ହୋଇଥିବା ଟିକେଟ୍‌ର ପୂରା ଟଙ୍କା ଫେରସ୍ତ ପାଇବେ ଯାତ୍ରୀ

ମାରଣା ଷଣ୍ଢ କବଳରୁ ଜେଜେ ମା’ଙ୍କୁ ଉଦ୍ଧାର କଲା କୁନି ନାତି

You might also like