କନିକା କପୁରଙ୍କ ବିରୋଧରେ ରୁଜୁ ହେଲା ମାମଲା

ଲକ୍ଷ୍ନୌ:କରୋନ ଭାଇରସ ଟେଷ୍ଟରେ ପଜେଟିଭ ଆସିବା କଥା ବଲିଉଡ୍‌ ସିଙ୍ଗର କନିକା କାପୁର କହିବା ପରେ ତାଙ୍କ ବିରୋଧରେ FIR ରୁଜୁ ଦିଆଯାଇଛି। କନିକା କପୁରଙ୍କ ନାଁରେ ଲକ୍ଷ୍ନେର ସରୋଜିନୀ ନଗର ଥାନାରେ ମାମଲା ରୁଜୁ ହୋଇଛି । ଲକ୍ଷ୍ନୌର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଅଭିଯୋଗ କ୍ରମେ ଏହି ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।
ସେହିପରି କନିକା କପୁରଙ୍କ ନାଁରେ ଆଉ ୨ଟି ମାମଲା ରୁଜୁ ହେବ ବୋଲି ଜଣାପଡିଛି । କନିକା କିଛି ଦିନ ତଳେ ଲଣ୍ଡନରୁ ଫେରିବା ପରେ ଲକ୍ଷ୍ମୌ ଯାଇଥିଲେ। ତେବେ ସେ ତାଙ୍କ ବିଦେଶ ଗସ୍ତ ସମ୍ପର୍କରେ କାହାକୁ ନ ଜଣାଇ ଲକ୍ଷ୍ମୌର ବିଭିନ୍ନ ହୋଟେଲରେ ୩ଟି ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ କନିକାଙ୍କ ସଂସ୍ପର୍ଶରେ ପ୍ରାୟ ୪୦୦ ହାଇପ୍ରୋଫାଇଲ୍ ଲୋକ ଆସିଥିବା ସୂଚନା ମିଳିଛି।
କନିକା ଏହି ସମୟରେ ଯେଉଁ ଆପାର୍ଟମେଣ୍ଟରେ ରହୁଥିଲେ, ସେଠାକାର ସମସ୍ତ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି । ଏହାଛଡ଼ା ପାର୍ଟି ଆୟୋଜିତ ହୋଇଥିବା ଲକ୍ଷ୍ନୌର ଏକ ଫାଇଭ୍ ଷ୍ଟାର ହୋଟେଲକୁ ବନ୍ଦ କରି ଦିଆଯାଇଛି।
ଅନ୍ୟପକ୍ଷେ ତାଙ୍କ FIRରେ ଦର୍ଶାଯାଇଛି, ଏହି ସିଙ୍ଗରଙ୍କର ଯେତେବେଳେ ମାର୍ଚ୍ଚ ୧୪ରେ ଲକ୍ଷ୍ନୌ ଏୟାରପୋର୍ଟରେ ସ୍କ୍ରିନ୍‌ ଟେଷ୍ଟ କରାଗଲା ସେତେବେଳେ ହାଇ ଭାଇରାଲ ଡିଟେକ୍ଟ କରାଯାଇଥିଲା। ତାଙ୍କୁ ହୋମ କ୍ୱରାଣ୍ଟାଇନ୍‌ରେ ରହିବା ପାଇଁ କୁହାଯାଇଥିଲା। କିନ୍ତୁ ଏପରି ଉପଦେଶକୁ ସେ ଅବହେଳା କରିଥିଲେ।
ହେଲେ କନିକା ଏହାକୁ ଅସ୍ୱୀକାର କରିଛନ୍ତି । ଲକ୍ଷ୍ନୌ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କନିକା କହିଛନ୍ତି, ଏୟାରପୋର୍ଟରେ ତାଙ୍କର ସ୍କ୍ରିନିଂ ହୋଇଥିଲା। କିନ୍ତୁ ସେ ଜାଣି ନ ଥିଲେ ସେ କରୋନା ଆକ୍ରାନ୍ତ ବୋଲି।

ସୂଚନାଥାଉ କି, ଗତକାଲି ପ୍ରସିଦ୍ଧ ବଲିଉଡ୍ ଗାୟିକା କନିକା କପୁର୍‌ଙ୍କ ଟେଷ୍ଟ୍‌  ରିପୋର୍ଟରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା।  ଜଣାପଡ଼ିବା ପରେ ତାଙ୍କୁ ଉତ୍ତରପ୍ରଦେଶ ଲକ୍ଷ୍ନୌର କିଙ୍ଗ୍‌ ଜର୍ଜସ୍‌ ମେଡିକାଲ୍‌ ୟୁନିଭର୍ସିଟି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କୁ ଆଇସୋଲେସନ୍‌ ୱାର୍ଡରେ ରଖାଯାଇଛି।‘ବେବି ଡଲ୍’ ସିଙ୍ଗର୍‌ ଭାବେ ଜଣାଶୁଣା କନିକା କପୁର୍‌ ରବିବାର ଦିନ ଲଣ୍ଡନରୁ ଫେରିଥିଲେ। ସେ ଲଣ୍ଡନରୁ ଫେରିବା ପରେ ଏକ ପଞ୍ଚ ତାରକା ହୋଟେଲ୍‌ରେ ରହିବା ସହ ଏକ ପାର୍ଟିରେ ମଧ୍ୟ ଯୋଗ ଦେଇଥିଲେ।

 

a guest.

You might also like