ପ୍ରାର୍ଥିପତ୍ର ଦାଖଲ କଲେ କହ୍ନେୟା କୁମାର

ବେଗୁସରାଇ: ବିହାରର ବେଗୁସରାଇରୁ ସିପିଆଇ ଟିକେଟ୍‌ରେ ଲୋକସଭା ନିର୍ବାଚନ ଲଢ଼ୁଥିବା ଜେଏନ୍‌ୟୁର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନୈୟା କୁମାର ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

କହ୍ନୈୟା ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ନିଜ ଘର ପାଖରୁ ଆରାଧ୍ୟ ଦେବୀଙ୍କ ପୂଜା ପରେ ସେ ୨ କିମି ରାସ୍ତା ଚାଲିଚାଲି ଶୋଭାଯାତ୍ରା କରିଥିଲେ। ଏହି ସମୟରେ ତାଙ୍କ ସହ ଶହଶହ ଲୋକ ସାଇକେଲ୍‌ ଏବଂ ବାଇକ୍‌ରେ ଯାଇଥିଲେ। କହ୍ନୈୟା କୁମାର ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି ଥିବା ବେଳେ ଦେଶ ବିରୋଧୀ ନାରା ଦେଇଥିବା ଅଭିଯୋଗ ହୋଇଥିଲା।

 

You might also like